୧୦ ଅଗଷ୍ଟ, ଶୁକ୍ରବାର: ଏହି ରାଶିର ଲୋକେ ଆଜି ରାସ୍ତାରେ ଯା’ଆସ କଲା ବେଳେ ବିଶେଷ ଭାବେ ସତର୍କ ରୁହନ୍ତୁ

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆଶା କରିଥିବା ଫଳ ପାଇବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ କରିବା ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। ମିଥୁନ: ଆମୋଦ-ପ୍ରମୋଦରେ ଦିନଟି କଟିବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଆୟ ବଢ଼ିବ। ବାଦବିବାଦରୁ […]

Rasiphala10

Ordigital Desk
  • Published: Friday, 10 August 2018
  • , Updated: 10 August 2018, 07:38 AM IST

ମେଷ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଆଶା କରିଥିବା ଫଳ ପାଇବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ କରିବା ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ।

ମିଥୁନ: ଆମୋଦ-ପ୍ରମୋଦରେ ଦିନଟି କଟିବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଆୟ ବଢ଼ିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଯଥା କୌଣସି ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତୁ ନାହିଁ।

ସିଂହ: ଖାଇବା,ପିଇବା ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିପାରେ।

କନ୍ୟା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଲାଭ ମିଳିବ। ତେଣୁ ମନ ପ୍ରସନ୍ନ ରହିବ। ରାସ୍ତାରେ ଯିବାଆସିବା ବେଳେ ସାବଧାନ ରୁହନ୍ତୁ।

ବିଛା: କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ। ତେଣୁ ଘର ଲୋକ କିମ୍ବା କୌଣସି ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଘରର କୌଣସି କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସଂଯମ ଆଚରଣ କରନ୍ତୁ। ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ। ଧାର୍ମିକ ସ୍ଥଳୀକୁ ଯାଆନ୍ତୁ।

ମକର: ଧନହାନି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ବନ୍ଧୁମାନଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ: ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। କୋର୍ଟରେ କେସ୍‌ ଥିଲେ ରାୟ ଆପଣଙ୍କ ସପକ୍ଷରେ ଯିବ। ଉପହାର ପାଇପାରନ୍ତି।

ମୀନ: ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିବେ।

Related story