୧୧ ଏପ୍ରିଲ,ଗୁରୁବାର: ପିଲାମାନେ ପାଠପଢ଼ାରେ ସଫଳତା ପାଇବେ

ମେଷ: ଅଟକି ରହିଥିବା କାମ ଆଜି ପୂରା ହେବ। ମନ ପ୍ରସନ୍ନ ରହିବ। ଭାଇଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ବୃଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଶତ୍ରୁଙ୍କଠାରୁ ବିଜୟୀ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ସିଂହ: ସ୍ୱାସ୍ଥ୍ୟ […]

astro

Tapaswini Nayak
  • Published: Thursday, 11 April 2019
  • , Updated: 11 April 2019, 07:32 AM IST

ମେଷ: ଅଟକି ରହିଥିବା କାମ ଆଜି ପୂରା ହେବ। ମନ ପ୍ରସନ୍ନ ରହିବ। ଭାଇଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ବୃଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଶତ୍ରୁଙ୍କଠାରୁ ବିଜୟୀ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନେ ପାଠପଢ଼ାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ତୁଳା: ମାନ-ସମ୍ମାନ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।

ବିଚ୍ଛା: ଶରୀରରେ ଆଘାତ ଲାଗିପାରେ। ବାଦ-ବିବାଦରୁ ଦୁରେଇ ରୁହନ୍ତୁ। ଯାତ୍ରା କରନ୍ତୁନାହିଁ, ଦୁର୍ଘଟଣାର ଯୋଗ ରହିଛି।

ଧନୁ: ଦିନଟି ଭଲରେ କଟିବ। ଶୁଭ ଖବର ଶୁଣିପାରନ୍ତି। ବାପାମା’ଙ୍କ ସହଯୋଗ ମିଳିବ।

ମକର: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରଠାରୁ ଚିନ୍ତିତ ରହିବେ।

କୁମ୍ଭ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଜଳାଶୟଠାରୁ ଦୁରେଇ ରୁହନ୍ତୁ।

ମୀନ: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ।

Related story