୧୧ ଜୁଲାଇ, ବୁଧବାର: ଏହି ରାଶି ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିବ

ମେଷ:  ଦିନଟି ଭଲରେ କଟିବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବୃଷ: ଆଜି ମନ ଭଲ ରହିବ ନାହିଁ। ହତାଶ ଅନୁଭବ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ। ମିଥୁନ: ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେବେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ହୋଇଯିବ। […]

zodaic

Rakesh Mallick
  • Published: Wednesday, 11 July 2018
  • , Updated: 11 July 2018, 07:03 AM IST

ମେଷ:  ଦିନଟି ଭଲରେ କଟିବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ବୃଷ: ଆଜି ମନ ଭଲ ରହିବ ନାହିଁ। ହତାଶ ଅନୁଭବ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ।

ମିଥୁନ: ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେବେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ।

ସିଂହ: ଆଜି ଯେକୌଣସି କାର୍ଯ୍ୟ କଲା ବେଳେ ସାମାନ୍ୟ ବାଧା ଉପୁଜିପାରେ। ତେବେ ସବୁ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହେବ। ଦରକାର ହେଉଥିବା ଅର୍ଥ ସହଜରେ ପାଇପାରିବେ। ଆୟ ବଢ଼ିବ।

କନ୍ୟା:  ଦିନଟି ଭଲରେ କଟିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ତୁଳା: ଅସୁସ୍ଥ ହୋଇପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରହିଲେ ଭଲ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ବିଛା: ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିବ। ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜିପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ:  ପରିବାରରେ ଆନନ୍ଦର ବାତାବରଣ ରହିବ। ଆୟ ବଢ଼ିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର:  ଘରେ କିମ୍ବା ଅଫିସ୍‌ରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ।

କୁମ୍ଭ: ସଂପତ୍ତିକୁ ନେଇ ଘରେ କଳିଝଗଡ଼ା ହୋଇପାରେ। ଯେକୌଣସି କ୍ଷେତ୍ରରେ ଦେଖିଚାହିଁ ନିବେଶ କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ:  ଅଫିସ୍ ଅବା ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ। ଫୂର୍ତ୍ତି ଅନୁଭବ କରିବେ।

 

Related story