ମେଷ: ଆଜିର ଦିନଟି ଆପଣଙ୍କ ପରିବାର ପାଇଁ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପା ଓ ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହୋଇପାରେ।
ବୃଷ: ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ। ଅର୍ଥ ଓ ଉପହାର ମିଳିବ। ପରିବାରରେ ମଙ୍ଗଳ ହେବ।
ମିଥୁନ: ଧନ, ସମ୍ମାନ ଓ ଉପହାର ମିଳିବ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଲାଭ ମିଳିବ। ବିବାହ ସମସ୍ୟା ଥିଲେ ଦୂର ହୋଇପାରେ।
କର୍କଟ: ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି। ପରିବାରରେ ପିଲାମାନଙ୍କ ସହଯୋଗ ମିଳିବ।
ସିଂହ: ଯଦି କୌଣସି ମାଲିମକଦମା ଚାଲିଥାଏ, ତାହାହେଲେ ସେଥିରେ ବିଜୟୀ ହେବେ। ପାରିବାରିକ ସମସ୍ୟାରେ ସୁଧାର ଆସିବ। ଧନ ଲାଭ ହେବ।
କନ୍ୟା: କୌଣସି ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି। ନୂଆ ଗାଡ଼ି କିଣିପାରନ୍ତି। ଅଟକିଥିବା କାମ ସଂପନ୍ନ ହେବ।
ତୁଳା: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବେପାର ବଣିଜ ବଢ଼ିବାରେ ବହୁ ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ ଚିନ୍ତା ବଢ଼ିପାରେ।
ବିଛା: ବାହାରକୁ ଯିବା ବେଳେ ସାବଧାନ ରୁହନ୍ତୁ, ଦୁର୍ଘଟଣା ଘଟିପାରେ। ଜୀବନସାଥୀ କିମ୍ୱା ଭାଇ ସହିତ ବିବାଦ ଦେଖା ଦେଇପାରେ। ସହଜରେ ଅର୍ଥ ଲାଭ ହେବ।
ଧନୁ: ଆଜି ସତର୍କତାର ସହ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ। ନଚେତ ପରିବାରରେ ବିବାଦ ଦେଖା ଦେଇପାରେ। ଦୂର ସ୍ଥାନକୁ ଯାତ୍ରା କଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ଲମ୍ୱା ଯାତ୍ରାକୁ ବାତିଲ କରି ଦେଲେ ଭଲ।
ମକର: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସମସ୍ୟା ଥିଲେ ସୁଧୁରିବ ଯିବ। ଚାକିରିରେ ଥିବା ସମସ୍ୟା ଦୂର ହେବ।
କୁମ୍ଭ: ପରିବାରକୁ ଅଚାନକ କୌଣସି ପ୍ରକାର ଲାଭ ମିଳିବ। ଚାକିରିରେ ସମସ୍ୟା ଦେଖା ଦେଇପାରେ।
ମୀନ: ବିଦେଶରୁ ଶୁଭ ଖବର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣ-ଦେଣରେ ଲାଭ ମିଳିବ।