୧୨ ସେପ୍ଟେମ୍ବର, ବୁଧବାର: ଏହି ରାଶିରେ ଲୋକେ କାହାକୁ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। କାର୍ଯ୍ୟରେ ବାଧା ଉପୁଜିପାରେ। ବୃଷ: ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନକାରାତ୍ମକ ବିଚାର ମନକୁ କବଳିତ କରି ରଖିବ। ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ। ମିଥୁନ: ସବୁ କାର୍ଯ୍ୟରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଭାଗ୍ୟବୃଦ୍ଧିର ସଙ୍କେତ ମିଳୁଛି। କର୍କଟ: କାହାକୁ କଟୁ କଥା କୁହନ୍ତୁ ନାହିଁ। ମଧ୍ୟାହ୍ନ ପରେ ଦିନଟି ଭଲରେ କଟିବ। ଭାଇଙ୍କ ସହଯୋଗ ମିଳିବ। ସିଂହ: ଆତ୍ମବିଶ୍ୱାସ ବଢ଼ିବ। […]

RasiFala

Jitendra Garnayak
  • Published: Wednesday, 12 September 2018
  • , Updated: 12 September 2018, 03:52 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। କାର୍ଯ୍ୟରେ ବାଧା ଉପୁଜିପାରେ।

ବୃଷ: ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନକାରାତ୍ମକ ବିଚାର ମନକୁ କବଳିତ କରି ରଖିବ। ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ।

ମିଥୁନ: ସବୁ କାର୍ଯ୍ୟରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଭାଗ୍ୟବୃଦ୍ଧିର ସଙ୍କେତ ମିଳୁଛି।

କର୍କଟ: କାହାକୁ କଟୁ କଥା କୁହନ୍ତୁ ନାହିଁ। ମଧ୍ୟାହ୍ନ ପରେ ଦିନଟି ଭଲରେ କଟିବ। ଭାଇଙ୍କ ସହଯୋଗ ମିଳିବ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ସବୁ ନିଷ୍ପତ୍ତି ଠିକ୍ ପ୍ରମାଣିତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଅପମାନିତ କରନ୍ତୁ ନାହିଁ।

କନ୍ୟା: ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। କାହା ଉପରେ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। କେହି ଟଙ୍କା ଋଣ ନେଇଥିଲେ ଆଜି ଫେରାଇ ପାରନ୍ତି। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଛା: ବ୍ୟବସାୟରେ ଭଲ ଲାଭ ମିଳିବ। ଭଲ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହିତ ସଂପର୍କ ମଧୁର ରହିବ।

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଅପରାହ୍ନ ପରେ କିଛି ଶୁଭ ସମାଚାର ମିଳିପାରେ। ଚାକିରିରେ ପଦୋନ୍ନତି ହୋଇପାରେ।

ମକର: ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ଅଧିକ ହୋଇପାରେ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। କୋର୍ଟରେ କୌଣସି ମାମଲାର ଶୁଣାଣି ଥିଲେ, ତାହା ଆପଣଙ୍କ ସପକ୍ଷରେ ଯାଇ ନପାରେ।

ମୀନ: ଚିନ୍ତାମୁକ୍ତ ରହିବେ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସହକର୍ମୀଙ୍କ ସହଯୋଗ ପାଇବେ।

Related story