୧୩ ଅଗଷ୍ଟ, ସୋମବାର: ଏହି ରାଶିର ଲୋକେ ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି

ମେଷ: ଦିନଟି ଶାରୀରିକ ସମସ୍ୟା ଓ ମାନସିକ ଚିନ୍ତାରେ କଟିବ। ପରିଶ୍ରମ ଅନୁସାରେ ସଫଳତା ମିଳିବ ନାହିଁ। ଧର୍ଯ୍ୟହରା ନହୋଇ ନିଜ କାମ କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ପିତାଙ୍କ ପକ୍ଷରୁ ସହଯୋଗ ମିଳିବ। ଛତ୍ରାଛାତ୍ରୀ ଭଲ ପ୍ରଦର୍ଶନ କରିବେ। ପିଲାମାନଙ୍କ ପାଠପଢ଼ା କିମ୍ବା ଅନ୍ୟ ମାମଲାରେ ଖର୍ଚ୍ଚାନ୍ତରେ ପଡ଼ିବେ। କଳାକାର ଏବଂ ଖେଳାଳିମାନଙ୍କୁ ନିଜ ପ୍ରତିଭା ଦେଖାଇବାର ଭଲ ସୁଯୋଗ ମିଳିବ। ମିଥୁନ: ଆଜିର ଦିନଟି ଭଲରେ କଟିବ। ବ୍ୟବସାୟ କରୁଥିବା ଲୋକଙ୍କୁ ସରକାରଙ୍କ […]

Rasiphala

Ordigital Desk
  • Published: Monday, 13 August 2018
  • , Updated: 13 August 2018, 08:00 AM IST

ମେଷ: ଦିନଟି ଶାରୀରିକ ସମସ୍ୟା ଓ ମାନସିକ ଚିନ୍ତାରେ କଟିବ। ପରିଶ୍ରମ ଅନୁସାରେ ସଫଳତା ମିଳିବ ନାହିଁ। ଧର୍ଯ୍ୟହରା ନହୋଇ ନିଜ କାମ କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ପିତାଙ୍କ ପକ୍ଷରୁ ସହଯୋଗ ମିଳିବ। ଛତ୍ରାଛାତ୍ରୀ ଭଲ ପ୍ରଦର୍ଶନ କରିବେ। ପିଲାମାନଙ୍କ ପାଠପଢ଼ା କିମ୍ବା ଅନ୍ୟ ମାମଲାରେ ଖର୍ଚ୍ଚାନ୍ତରେ ପଡ଼ିବେ। କଳାକାର ଏବଂ ଖେଳାଳିମାନଙ୍କୁ ନିଜ ପ୍ରତିଭା ଦେଖାଇବାର ଭଲ ସୁଯୋଗ ମିଳିବ।

ମିଥୁନ: ଆଜିର ଦିନଟି ଭଲରେ କଟିବ। ବ୍ୟବସାୟ କରୁଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗ ରହିଛି। ସେହିପରି ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ବନ୍ଧୁ ଓ ପରିଜନଙ୍କ ସହ ହସଖୁସିରେ ଦିନଟି କଟିବ।

କର୍କଟ: ଶାରୀରିକ ସମସ୍ୟା ଲାଗି ରହିବ। ମାନସିକ ସ୍ତରରେ ଅଶାନ୍ତ ରହିବେ। ମନରେ ନକାରାତ୍ମକ ବିଚାର ଆଣନ୍ତୁ ନାହିଁ। ଭୁଲ୍‌ ବୁଝାମଣା ଯୋଗୁ କାହା ସହ ବିବାଦ ଦେଖାଦେଇ ପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ଆପଣ କୌଣସି ବି କାମକୁ ଶେଷ କରିପାରିବେ। ମାନ-ସମ୍ମାନ ବଢ଼ିବ। ପିତା କିମ୍ବା ଅନ୍ୟ କୌଣସି ଅଭିଭାବକଙ୍କ ସହଯୋଗ ପାଇବେ। ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା: ଶାରୀରିକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଲାଗି ରହିବ। ହଠାତ୍‌ ସମସ୍ୟାରେ ପଡ଼ିପାରନ୍ତି। ପାରିବାରିକ ବିବାଦ ଦେଖାଦେଇପାରେ। ହଠାତ୍‌ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ତୁଳା: ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବ। ମନ ଶାନ୍ତି ରହିବ। ଆୟ ବୃଦ୍ଧି ହେବ। ସାଙ୍ଗମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରିବେ, ଏଥିରୁ ଲାଭ ମଧ୍ୟ ମିଳିବ। ସ୍ୱାଦିଷ୍ଟ ଭୋଜନ ମିଳିବ।

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ। ବ୍ୟବସାୟରେ ଲାଭ ମିଳିବ। ଉଚ୍ଚ ପଦାଧିକାରୀ ଆପଣଙ୍କ କାମରେ ଖୁସି ହେବେ। ଚାକିରିରେ ପଦୋନ୍ନତି ମିଳିବ। ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ।

ଧନୁ: ସ୍ୱାସ୍ଥ୍ୟ ଠିକ୍‌ଠାକ୍‌ ରହିବ। ମାନ୍ଦା ମାନ୍ଦାରେ ଦିନଟି କଟିବ। ମନ ବ୍ୟାକୁଳ ରହିବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ।

ମକର: ହଠାତ୍‌ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। କୌଣସି କାମରେ ବାହାରକୁ ଯାଇପାରନ୍ତି। ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ମନକୁ ଆଣନ୍ତୁ ନାହିଁ। ବ୍ୟବସାୟରେ ଲାଭ ମିଳିବ।

କୁମ୍ଭ: ମନବଳ ଦୃଢ଼ ରହିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଭୋଜନ ମିଳିବ। ନୂଆ ପୋଷାକ କିଣିପାରନ୍ତି। ସହଯୋଗୀଙ୍କ ପାଖରୁ ଲାଭ ପାଇବେ। ଗାଡ଼ି କିଣିପାରନ୍ତି।

ମୀନ: ମନୋବଳ ଓ ଆତ୍ମବିଶ୍ୱାସ ଦୃଢ଼ ରହିବ। ସୁସ୍ଥ ଅନୁଭବ କରିବେ। ଘରେ ହସଖୁସିର ପରିବେଶ ରହିବ। ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ବିଜୟୀ ହେବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story