ମେ’ ୧୩, ସୋମବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ। ବୃଷ: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ଦୂର ଯାତ୍ରାର ଯୋଗ ରହିଛି। କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ […]

astro-ok-new

Tapaswini Nayak
  • Published: Monday, 13 May 2019
  • , Updated: 13 May 2019, 11:48 AM IST

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।

ବୃଷ: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ଦୂର ଯାତ୍ରାର ଯୋଗ ରହିଛି।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ସିଂହ: ବ୍ୟବସାୟରେ ଆଶା ମୁତାବକ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ପ୍ରେମ ବ୍ୟାପାରରେ ସଫଳତା ମିଳିବ। ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଧନୁ: ପୁରୁଣା ଇଚ୍ଛା ପୂରଣ ହୋଇପାରେ। ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ। ଆତ୍ମବିଶ୍ୱାସ ବଢ଼ିବ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମଧ୍ୟାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କୁମ୍ଭ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ। ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ।

ମୀନ: ଆଇନଗତ ମାମଲାରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

Related story