୧୩ ମେ’, ଗୁରୁବାର: ଭାତୃ ବିବାଦ ଦେଖାଦେଇ ପାରେ

ମେଷ:  ପରିବାର ଲୋକଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।  ଆଶା ପୂରଣ ହେବ। ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।  ଭାତୃବିବାଦ ଦେଖାଦେଇ ପାରେ। ମହିଳାମାନେ ପ୍ରଶଂସା ପାଇପାରନ୍ତି। ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ସଂପନ୍ନ ନ ହେବା କାରଣରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ।ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। କର୍କଟ: ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। […]

RASI

Niharika Rout
  • Published: Thursday, 13 May 2021
  • , Updated: 13 May 2021, 08:33 AM IST

ମେଷ:  ପରିବାର ଲୋକଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।  ଆଶା ପୂରଣ ହେବ। ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।

ବୃଷ: କମ୍‌ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।  ଭାତୃବିବାଦ ଦେଖାଦେଇ ପାରେ। ମହିଳାମାନେ ପ୍ରଶଂସା ପାଇପାରନ୍ତି।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ସଂପନ୍ନ ନ ହେବା କାରଣରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ।ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ସଂପନ୍ନ ନ ହେବା କାରଣରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ।

ସିଂହ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ।

କନ୍ୟା: କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ। କିଛି ପାରିବାରିକ ସମସ୍ୟାକୁ ଦୂର କରିବାରେ ସଫଳ ହେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆକସ୍ମିକ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ବିଛା: ଆତ୍ମବିଶ୍ୱାସ ଦୃଢ଼ ହେବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସଂପନ୍ନ କରିବେ। ଘରେ ସୁଖଶାନ୍ତି ବଜାୟ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: କୌଣସି କାର୍ଯ୍ୟକୁ ନେଇ ମାନସିକ ଶାନ୍ତି ମିଳିବ। ବକେୟା ଅର୍ଥ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।

ମକର: ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ। ବିବାଦ ଭିତରେ ପଶନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି।

କୁମ୍ଭ: ନିଜ ବିବେକ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ସମସ୍ତଙ୍କ ସହିତ ସୁସଂପର୍କ ବଜାୟ ରହିବ।

ମୀନ: ନକାରାତ୍ମକ ବିଚାର ମନକୁ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।

Related story