୧୪ ଫେବୃଆରୀ, ଗୁରୁବାର: ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ

ମେଷ: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ବୃଷ: ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମିଥୁନ: ମନ ଖୁସି ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1-2-1-1-1

Tapaswini Nayak
  • Published: Thursday, 14 February 2019
  • , Updated: 14 February 2019, 07:43 AM IST

ମେଷ: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ବୃଷ: ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମିଥୁନ: ମନ ଖୁସି ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ତରବରିଆ ହୋଇ ଆଜି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାହାକୁ ଧାରଉଧାର ଦିଅନ୍ତୁ ନାହିଁ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ।

ବିଚ୍ଛା: ପିଲାଙ୍କ ଭବିଷ୍ୟକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ପରିଶ୍ରମ ଅନୁସାରେ ସଫଳତା ପାଇବେ।

ଧନୁ: ଦିନଟି ଖୁସିରେ କଟିବ। ପିତାମାତାଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ।

ମକର: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ନୂଆ ଗାଡ଼ି କିଣିପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କୁମ୍ଭ: ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ।

ମୀନ:  କୌଣସି କଥାକୁ ନେଇ ପଡ଼ୋଶୀ ସହ ଝଗଡ଼ା ହୋଇପାରେ। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ। ବିଦାର୍ଥୀମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ।

Related story