୧୪ ଅକ୍ଟୋବର, ଶନିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ପାଣି ପ୍ରତି ଟିକେ ସତର୍କ ରହିବା ଉଚିତ

ମେଷ: ଆଜି ସାବଧାନତାର ସହିତ ଚଳନ୍ତୁ। ଅଧିକ ସମ୍ବେଦନଶୀଳ ହେବେ। କୌଣସି କଥାକୁ ନେଇ ମନକଷ୍ଟ ହେବ। ମାନସିକ ଚାପରେ ରହିବେ। ସଂପତ୍ତି ବଢ଼ାଇବା ସହିତ ଜଡ଼ିତ କୌଣସି କାର୍ଯ୍ୟ ଆଜି କରନ୍ତୁ ନାହିଁ। ବୃଷ: ମନ ଭଲ ରହିବ। ଉତ୍ସାହିତ ହେବେ। ସୁସ୍ୱାଦୁ ଭୋଜନ ଖାଇବେ। ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ତାଳମେଳ ରହିବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମିଥୁନ: ଆଜି ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟବ୍ୟସ୍ତ ରହିବେ। […]

Zodiac

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 08:53 AM IST

ମେଷ: ଆଜି ସାବଧାନତାର ସହିତ ଚଳନ୍ତୁ। ଅଧିକ ସମ୍ବେଦନଶୀଳ ହେବେ। କୌଣସି କଥାକୁ ନେଇ ମନକଷ୍ଟ ହେବ। ମାନସିକ ଚାପରେ ରହିବେ। ସଂପତ୍ତି ବଢ଼ାଇବା ସହିତ ଜଡ଼ିତ କୌଣସି କାର୍ଯ୍ୟ ଆଜି କରନ୍ତୁ ନାହିଁ।

ବୃଷ: ମନ ଭଲ ରହିବ। ଉତ୍ସାହିତ ହେବେ। ସୁସ୍ୱାଦୁ ଭୋଜନ ଖାଇବେ। ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ତାଳମେଳ ରହିବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ଆଜି ଦିନଟି ମିଶ୍ରଫଳ ପ୍ରଦାନ କରିବ। କାର୍ଯ୍ୟବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ଅଫିସ୍ ଅବା କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ପୂରା ଖୁସିରେ ଦିନଟି ବିତିବ। ସ୍ୱାସ୍ଥ୍ୟ ଭଲ ରହିବ। କାହାଠାରୁ ଉପହାର ପାଇପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। ଶୁଭ ସମାଚାର ମିଳିବ।

ସିଂହ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ଅଯଥାରେ କୌଣସି ବିବାଦରେ ପଶନ୍ତୁ ନାହିଁ। ଅଧିକ ଖର୍ଚ୍ଚାନ୍ତ ହେବେ।

କନ୍ୟା: ଦିନଟି ଲାଭଦାୟକ ହେବ। ସମସ୍ତ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ। ଧନପ୍ରାପ୍ତି ପାଇଁ ଦିନଟି ଭଲ ଅଛି। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ତୁଳା: ଅଫିସ୍‌ ତଥା କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ। ପଦୋନ୍ନତି ସୁଯୋଗ ରହିଛି। ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ତାଳମେଳ ଭଲ ରହିବ।

ବିଛା: ବ୍ୟବସାୟ କ୍ଷେତ୍ରରେ ଦେଖାଯାଇଥିବା ବାଧା ଦୂର ହେବ। ଘରେ କାହା ସହିତ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିବ। ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ଆଜି କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ବିବାଦରୁ ଦୂରେଇ ରହିଲେ ଭଲ। ବ୍ୟବସାୟ ବଢ଼ାଇବା ପାଇଁ କରିଥିବା ଯୋଜନାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଧନପ୍ରାପ୍ତି ପାଇଁ ଅଧିକ ଉଦ୍ୟମ କରିବାକୁ ପଡ଼ିବ।

ମକର: ଧନଲାଭର ପ୍ରବଳ ଯୋଗ ରହିଛି। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ଦିନଟି ଶୁଭଫଳ ପ୍ରଦାନ କରିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଘରର କୌଣସି କାର୍ଯ୍ୟରେ ଆଜି ଅଧିକ ଅର୍ଥ ବ୍ୟୟ କରିପାରନ୍ତି।

ମୀନ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିଛି। ପାଣି ପ୍ରତି ଟିକେ ସତର୍କ ରୁହନ୍ତୁ। ମାନସିକ ସନ୍ତୁଳନ ବିଗିଡ଼ିପାରେ। ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ।

Related story