୧୪ ଅକ୍ଟୋବର, ରବିବାର: ଏହି ରାଶିର ଲୋକେ ସତର୍କ ରୁହନ୍ତୁ

ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାବଧାନତାର ସହ ଦିନଟି ଅତିବାହିତ କରନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପନ୍ନ କରନ୍ତୁ। ବୃଷ: ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି। ଉପହାର ପାଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ମିଥୁନ: ମନ ପ୍ରସନ୍ନ ରହିବ। ଘରେ ହସଖୁସିର ବାତାବରଣ ରହିବ। ଅର୍ଥଲାଭ ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। କର୍କଟ: ଆୟ ବଢ଼ାଇବା […]

RasiFala

Jitendra Garnayak
  • Published: Sunday, 14 October 2018
  • , Updated: 14 October 2018, 07:49 AM IST

ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାବଧାନତାର ସହ ଦିନଟି ଅତିବାହିତ କରନ୍ତୁ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପନ୍ନ କରନ୍ତୁ।

ବୃଷ: ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି। ଉପହାର ପାଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

ମିଥୁନ: ମନ ପ୍ରସନ୍ନ ରହିବ। ଘରେ ହସଖୁସିର ବାତାବରଣ ରହିବ। ଅର୍ଥଲାଭ ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

କର୍କଟ: ଆୟ ବଢ଼ାଇବା ପାଇଁ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବେ ନାହିଁ। ଅପରାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି।

ତୁଳା: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟ ବ୍ୟସ୍ତ ରହିବେ। ତେଣୁ କ୍ଳାନ୍ତ ଅନୁଭବ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିପାରନ୍ତି।

ବିଛା: ପରିବାରରେ କାହା ସହିତ ମତଭେଦ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

ଧନୁ: ଦିନଟି ଭଲରେ କଟିବ। ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ମକର: ସତର୍କ ରୁହନ୍ତୁ। ଗାଡ଼ି ଚଲାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ କରିବେ।

କୁମ୍ଭ: ଭାଗ୍ୟବୃଦ୍ଧି ଯୋଗ ରହିଛି। ଧନଲାଭ ହେବ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବେ।

Related story