୧୫ ଡିସେମ୍ବର, ଶନିବାର: ପେଟରେ ଯନ୍ତ୍ରଣା ଅନୁଭବ କରିବେ

ମେଷ: ମନ ପ୍ରଫୁଲ୍ଲିତ ରହିବ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ବୃଷ: କଥା ଉପରେ ଧ୍ୟାନ ରଖନ୍ତୁ। ଅପରାହ୍ନ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ମିଥୁନ: ସହକର୍ମୀଙ୍କ ସହଯୋଗ ମିଳିବ। ଅପରାହ୍ନ ପରେ ଘରକୁ ଅତିଥି ଆସି ପାରନ୍ତି। କର୍କଟ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଈଶ୍ୱରଙ୍କୁ ଆରାଧନା କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ସିଂହ: ଚାକିରିକ୍ଷେତ୍ରରେ ପରିବର୍ତ୍ତନର […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4

Tapaswini Nayak
  • Published: Saturday, 15 December 2018
  • , Updated: 15 December 2018, 07:56 AM IST

ମେଷ: ମନ ପ୍ରଫୁଲ୍ଲିତ ରହିବ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

ବୃଷ: କଥା ଉପରେ ଧ୍ୟାନ ରଖନ୍ତୁ। ଅପରାହ୍ନ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ସହକର୍ମୀଙ୍କ ସହଯୋଗ ମିଳିବ। ଅପରାହ୍ନ ପରେ ଘରକୁ ଅତିଥି ଆସି ପାରନ୍ତି।

କର୍କଟ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଈଶ୍ୱରଙ୍କୁ ଆରାଧନା କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ସିଂହ: ଚାକିରିକ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଅଳଙ୍କାର କିଣିପାରନ୍ତି।

ତୁଳା: ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ମାଲିମକଦ୍ଦମାରେ ବିଜୟୀ ହେବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ବିଚ୍ଛା: ମନୋରଞ୍ଜନ ସ୍ଥାନକୁ ବୁଲି ଯାଇପାରନ୍ତି। ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ଜମି କିଣିବାର ଯୋଜନା ଥିଲେ ଆଜି କିଣିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମନ ପ୍ରସନ୍ନ ରହିବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ନୂଆ ସୁଯୋଗ ମିଳିପାରେ। ବନ୍ଧୁଙ୍କ ସହ ସାକ୍ଷତ ହୋଇପାରେ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ

ନେଇ ଝଗଡ଼ା ହୋଇପାରେ।

Related story