୧୫ ଅକ୍ଟୋବର, ସୋମବାର: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି। ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ। ବୃଷ: ବିଳମ୍ୱରେ କାର୍ଯ୍ୟରେ ସଫଳତା ପାଇବେ। ଆଧ୍ୟାତ୍ମିକ ସ୍ଥାନକୁ ଯାଇ ପାରନ୍ତି। ଅଧିକ ପରିଶ୍ରମ କରିପାରନ୍ତି। ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ମିଥୁନ: ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣି ପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। କର୍କଟ: ଖୁସିରେ ରହିବେ। ଘରେ ସୁଖ ଶାନ୍ତିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ […]

Rasi-Fala

Jyoshna Pradhan
  • Published: Monday, 15 October 2018
  • , Updated: 15 October 2018, 07:46 AM IST

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି। ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ।

ବୃଷ: ବିଳମ୍ୱରେ କାର୍ଯ୍ୟରେ ସଫଳତା ପାଇବେ। ଆଧ୍ୟାତ୍ମିକ ସ୍ଥାନକୁ ଯାଇ ପାରନ୍ତି। ଅଧିକ ପରିଶ୍ରମ କରିପାରନ୍ତି। ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ: ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣି ପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

କର୍କଟ: ଖୁସିରେ ରହିବେ। ଘରେ ସୁଖ ଶାନ୍ତିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ସିଂହ: ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାକୁ ପ୍ରେରଣା ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଶରୀର ସୁସ୍ଥ ରହିବ।

କନ୍ୟା:  ଚିନ୍ତିତ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ସଂଯମ ରଖନ୍ତୁ। ମାନ -ସମ୍ମାନ ମିଳିବ।

ତୁଳା:  ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାଗ୍ୟ ବୃଦ୍ଧି ହୋଇପାରେ।

ବିଚ୍ଛା: ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରକୁ ଅତିଥି ଆସି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।  କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ମକର:ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭ ମିଳିବ। ଅଳସୁଆ ଅନୁଭବ କରିପାରନ୍ତି।

କୁମ୍ଭ: ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦୂରସ୍ଥାନକୁ ଯାଇ ପାରନ୍ତି।

ମୀନ: ଉଚ୍ଚ ଅଧିକାରୀଙ୍କ ବ୍ୟବହାରକୁ ନେଇ ଖୁସି ଅନୁଭବ କରିବେ। ମନ ପ୍ରଫୁଲ୍ଲିତ ରହିବ। ଗୁରୁଜନଙ୍କ ଆଶର୍ବାଦ ମିଳିବ।

Related story