୧୫ ସେପ୍ଟେମ୍ବର, ଶୁକ୍ରବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ ନୁହେଁ

ମେଷ: ଆଜି ମନ ଚଞ୍ଚଳ ରହିବ। କୌଣସି ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଅହଂକାରରୁ ଦୂରେଇ ରୁହନ୍ତୁ। ବୃଷ: ଅଟକି ରହିଥିବା ଧନ ମିଳିବ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ। ଭାଇ ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ। କଳାକାର ଓ ଲେଖକମାନଙ୍କ ପାଇଁ ଦିନଟି ଶୁଭ। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ:ମାନ-ସମ୍ମାନ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। […]

ZodiacSigns

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 07:50 AM IST

ମେଷ: ଆଜି ମନ ଚଞ୍ଚଳ ରହିବ। କୌଣସି ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଅହଂକାରରୁ ଦୂରେଇ ରୁହନ୍ତୁ।

ବୃଷ: ଅଟକି ରହିଥିବା ଧନ ମିଳିବ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ। ଭାଇ ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ। କଳାକାର ଓ ଲେଖକମାନଙ୍କ ପାଇଁ ଦିନଟି ଶୁଭ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ:ମାନ-ସମ୍ମାନ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ବୁଲିବାକୁ ଯାଇ ପାରନ୍ତି। ମନ ପ୍ରସନ୍ନ ରହିବ। ସ୍ୱାଦିଷ୍ଟ ଭୋଜନ ଓ ନୂଆ ପୋଷାକ ପିନ୍ଧି ପାରନ୍ତି। ବନ୍ଧୁଙ୍କ ସହିତ ଦିନଟି ଆନନ୍ଦରେ କଟିବ।

କର୍କଟ: ବିବାଦରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ଭୟଭୀତ ହୋଇପାରନ୍ତି। ପରିବାରରେ ମତଭେଦ ଦେଖାଯିବ। କଦଳୀ ଦାନ କରନ୍ତୁ।

ସିଂହ: ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଆୟ ବଢ଼ିବ। ସୁସ୍ୱାଦୁ ଭୋଜନ ଖାଇବେ। ବନ୍ଧୁଙ୍କ ସହିତ ବୁଲାବୁଲି କରିବାକୁ ଯିବେ। ମହିଳା ବନ୍ଧୁ ଆଜି କୌଣସି ପ୍ରସଙ୍ଗରେ ସହାୟତା କରିପାରନ୍ତି। ସନ୍ତାନସନ୍ତତିଙ୍କ ସହଯୋଗ ମିଳିବ।

କନ୍ୟା: ଯଦି କିଛି ନୂଆ କାମ କରିବାକୁ ଯୋଜନା ବନାଇଛନ୍ତି, ତା’ହେଲେ ଆଜି ସେ ଦିଗରେ ଆଗେଇବେ। ସେଥିପାଇଁ ଦିନଟି ବେଶ୍ ଭଲ ଅଛି। ବ୍ୟବସାୟରେ ଭଲ ଲାଭ ହେବ। ଚାକିରି କରୁଥିବା ଲୋକେ କିଛି ଶୁଭ ଖବର ପାଇପାରନ୍ତି।

ତୁଳା: ତୀର୍ଥ ଯାତ୍ରାରେ ଯିବାକୁ ସୁଯୋଗ ଆସିବ। ଧନପ୍ରାପ୍ତି ଯୋଗ ରହିଛି। ସଂପର୍କରେ ଥିବା ସମସ୍ୟା ଦୂର ହେବ।

ବିଛା: ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କଫ ସହିତ ପେଟରେ ଯନ୍ତ୍ରଣା ଆଦି ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭଗବାନଙ୍କୁ ହଳଦିଆ ରଙ୍ଗର ଫୁଲ ଚଢ଼ାନ୍ତୁ।

ଧନୁ: ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। ତାଙ୍କ ସହିତ ସମୟ ଅତିବାହିତ କରିବାକୁ ଚାହିଁବେ। ମନୋରଞ୍ଜନରେ ଦିନଟି ବିତିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ଅନୁକୂଳ ରହିଛି। ଯାନବାହନରେ ଗଲା ବେଳେ ସାବଧାନ ରୁହନ୍ତୁ।

ମକର: ସୁସ୍ଥ ରହିବେ। ମାନସମ୍ମାନ ମିଳିବ। ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ ବିତାଇବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଦିନଟି ଫଳପ୍ରଦ ରହିଛି। ଧନଲାଭ ହୋଇପାରେ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ଖୁସି ରହିବେ। ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ସଂପର୍କୀୟଙ୍କ ସହିତ ଝଗଡ଼ା ହୋଇପାରେ। ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ।

Related story