୧୬ ଫେବୃଆରୀ, ଶନିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ବୃଷ: ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ। ମିଥୁନ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ ବିତିବ। ଗହଣା କିଣିପାରନ୍ତି। କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂଆ ପୋଷାକ କିଣିପାରନ୍ତି। ସିଂହ: […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1

Tapaswini Nayak
  • Published: Saturday, 16 February 2019
  • , Updated: 16 February 2019, 08:24 AM IST

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ବୃଷ: ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ।

ମିଥୁନ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ ବିତିବ। ଗହଣା କିଣିପାରନ୍ତି।

କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂଆ ପୋଷାକ କିଣିପାରନ୍ତି।

ସିଂହ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ମାନ-ସମ୍ମାନ ବଢ଼ିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

କନ୍ୟା: ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ।

ତୁଳା: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: କୌଣସି କଥାକୁ ନେଇ ବାପାଙ୍କ ସହ ଝଗଡ଼ା ହୋଇପାରେ। ବିବାହ ସ୍ଥିର ହୋଇପାରେ। କାଉକୁ ରୁଟି ଖାଇବାକୁ ଦିଅନ୍ତୁ।

ମକର: ଆଜି କାହାକୁ ଋଣ ଦିଅନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମୀନ: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଆତ୍ମବିଶ୍ୱାସ ବଢ଼ିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

Related story