୧୬ ଏପ୍ରିଲ,ମଙ୍ଗଳବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ

ମେଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ବୃଷ: ମନକୁ ସ୍ଥିର ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ପଦୋନ୍ନତିର ଯୋଗ ରହିଛି। କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ସିଂହ: ଧନପ୍ରାପ୍ତି ଯୋଗ ରହିଛି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […]

Rasi-Fala

Jyoshna Pradhan
  • Published: Tuesday, 16 April 2019
  • , Updated: 16 April 2019, 07:30 AM IST

ମେଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

ବୃଷ: ମନକୁ ସ୍ଥିର ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ପରିବେଶ ରହିବ।

ମିଥୁନ: ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ପଦୋନ୍ନତିର ଯୋଗ ରହିଛି।

କର୍କଟ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ।

ସିଂହ: ଧନପ୍ରାପ୍ତି ଯୋଗ ରହିଛି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ  ହେବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା:  ଦିନଟି ଭଲରେ କଟିବ। ଘର ପାଇଁ ଜିନିଷ କିଣିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା:  ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ:  ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମୀନ: ଶରୀର ଫୂର୍ତ୍ତି ରହିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପାଚନ ତନ୍ତ୍ରରେ ଯନ୍ତ୍ରଣା ହୋଇପାରେ।

 

 

Related story