୧୬ ଜୁଲାଇ, ସୋମବାର: ଏହି ରାଶି ଲୋକଙ୍କ ପ୍ରତି କୌଣସି ପ୍ରକାର ବିପଦ ଆଶଙ୍କା ରହିଛି

ମେଷ: ଦିନଟି ଭଲ ରହିବ। ଆଶା କରିଥିବା ଫଳ ପାଇବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। ମିଥୁନ: ଖାଇବା-ପିଇବା ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। କୌଣସି ପ୍ରକାର ବିପଦ […]

zodaic

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 07:34 AM IST

ମେଷ: ଦିନଟି ଭଲ ରହିବ। ଆଶା କରିଥିବା ଫଳ ପାଇବେ। ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଅଧିକ ଆୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍‌ରେ ବାତାବରଣ ଭଲ ରହିବ। ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ।

ମିଥୁନ: ଖାଇବା-ପିଇବା ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। କୌଣସି ପ୍ରକାର ବିପଦ ଆଶଙ୍କା ରହିଛି।

କର୍କଟ: ଆମୋଦ-ପ୍ରମୋଦରେ ଦିନଟି କଟିବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। କଥା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଯଥାରେ କୌଣସି ପ୍ରସଙ୍ଗରେ ମୁଣ୍ଡ ଖେଳାନ୍ତୁ ନାହିଁ। ଆୟ ବଢ଼ିବ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ତେଣୁ ମନ ପ୍ରସନ୍ନ ରହିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନ ରୁହନ୍ତୁ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବିବାହଯୋଗ୍ୟ ପୁଅ ଅବା ଝିଅଙ୍କ ପାଇଁ କୌଣସି ସ୍ଥାନରୁ ପ୍ରସ୍ତାବ ଆସିପାରେ।

ବିଛା: ଯେକୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କର ଅବା ବନ୍ଧୁମାନଙ୍କ ପରାମର୍ଶ ନିଅନ୍ତୁ। ଧନହାନି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

ଧନୁ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସଂଯମ ଆଚରଣ କରନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ମକର: ଅଫିସ୍‌ରେ ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିବ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ। ଆୟ ତୁଳନାରେ ବ୍ୟୟ ବଢ଼ିପାରେ।

କୁମ୍ଭ: ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଉପହାର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ଭଲ ରହିବ।

ମୀନ: ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ କରିବେ।

 

Related story