୧୭ ଏପ୍ରିଲ, ବୁଧବାର: ଶୁଭ ଖବର ମିଳିବ

ମେଷ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ। ବୃଷ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ଦିନଟି ଆନନ୍ଦରେ କଟିବ। ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। କର୍କଟ: […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-2

Tapaswini Nayak
  • Published: Wednesday, 17 April 2019
  • , Updated: 17 April 2019, 09:01 AM IST

ମେଷ: କୌଣସି କଥାକୁ ନେଇ ଆଜି ଚିନ୍ତିତ ରହିବେ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ।

ବୃଷ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। ଦିନଟି ଆନନ୍ଦରେ କଟିବ।

ମିଥୁନ: ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ।

କର୍କଟ: ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ଶୁଭ ଖବର ମିଳିପାରେ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କନ୍ୟା: ମାନ-ସମ୍ମାନ ବୃଦ୍ଧି ପାଇବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଉଭୟ ଘରେ ଓ କାର୍ଯ୍ୟ କ୍ଷେତ୍ରରେ ଭଲ ବାତାବରଣ ରହିବ। ମନ ପ୍ରସନ୍ନ ରହିବ। ଚାକିରି କରିଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ବିଛା: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ପେଟ ଜନିତ ଯନ୍ତ୍ରଣା ଆପଣଙ୍କ ଚିନ୍ତା ବଢ଼ାଇବ ।

ମକର: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ। କୌଣସି ଖୁସି ଖବର ମିଳିପାରେ।

ମୀନ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ମନରେ ଭୟ ରହିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

Related story