୧୭ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଜଳାଶୟଠାରୁ ଦୂରେଇ ରହିବା ଉଚିତ

ମେଷ: ସାହିତ୍ୟ ଓ କଳା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆଜି ଦିନଟି ଭଲ ଅଛି। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୃଷ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ଜମିଜମା ଓ ସଂପତ୍ତି ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ମିଥୁନ: ସୁଖଶାନ୍ତିରେ ଆଜି ଦିନଟି କଟିବ। ଉପହାର ପାଇପାରନ୍ତି। ଅପରାହ୍ନରେ ନକାରାତ୍ମକ ଚିନ୍ତା ଘାରିବ। କୌଣସି ପ୍ରସଙ୍ଗକୁ ନେଇ ବ୍ୟଗ୍ରତା […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 05:03 AM IST

ମେଷ: ସାହିତ୍ୟ ଓ କଳା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆଜି ଦିନଟି ଭଲ ଅଛି। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବୃଷ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ଜମିଜମା ଓ ସଂପତ୍ତି ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ।

ମିଥୁନ: ସୁଖଶାନ୍ତିରେ ଆଜି ଦିନଟି କଟିବ। ଉପହାର ପାଇପାରନ୍ତି। ଅପରାହ୍ନରେ ନକାରାତ୍ମକ ଚିନ୍ତା ଘାରିବ। କୌଣସି ପ୍ରସଙ୍ଗକୁ ନେଇ ବ୍ୟଗ୍ରତା ବଢ଼ିବ।

କର୍କଟ: ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: କାର୍ଯ୍ୟ ବ୍ୟସ୍ତ ରହିବେ। ମନୋବଳ ବଢ଼ିବ। ବଡ଼ମାନଙ୍କଠାରୁ ଲାଭ ପାଇବେ। ବୈବାହିକ ଜୀବନ ଭଲ ରହିବ। ଅଫିସ୍‌ ଅବା କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସହଯୋଗ ପାଇବେ।

କନ୍ୟା: କଳ୍ପନା ପ୍ରିୟ ହେବେ। ଅନେକ କଥା ଭାବିବେ। ତେବେ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। କୌଣସି କଥାକୁ ନେଇ ଭୁଲ୍ ଧାରଣା ଥିଲେ ତାକୁ ଦୂର କରିବା ଅତ୍ୟନ୍ତ ଆବଶ୍ୟକ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ତୁଳା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଦ୍ୱନ୍ଦ୍ୱ ଉପୁଜିଲେ କାହାରି ପରାମର୍ଶ ନିଅନ୍ତୁ। ନେତୃସ୍ତରୀୟ ଲୋକଙ୍କଠାରୁ ଲାଭ ପାଇବେ।

ବିଛା: ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ରହିଛନ୍ତି ସେମାନଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ସେମାନଙ୍କୁ ପ୍ରଶଂସା ମିଳିବ। ସବୁ କାର୍ଯ୍ୟ ସହଜରେ ସଂପନ୍ନ ହେବ। ନୂଆ ସଂପତ୍ତିବାଡ଼ି କିଣିବା ପାଇଁ ଦିନଟି ଭଲ ଅଛି।

ଧନୁ: ଆଜି କଥା କଥାରେ ରାଗି ଯିବେ। ତେଣୁ ସବୁଠୁ ଭଲ ଆଦୌ ଯୁକ୍ତିତର୍କ ଭିତରକୁ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତୁ।

ମକର: ରୋଗ ପଛରେ ଅଧିକ ଖର୍ଚ୍ଚ କରିବେ। ଆକସ୍ମିକ ଭାବେ ମାତ୍ରାଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ପରିବାରର କୌଣସି ସଦସ୍ୟଙ୍କ ସହିତ ଉଗ୍ର ହୋଇ ଯୁକ୍ତିତର୍କ କରନ୍ତୁ ନାହିଁ।

କୁମ୍ଭ: ଦେଖିଚାହିଁ ବ୍ୟବସାୟ କରନ୍ତୁ। ଠକାମିରେ ପଡ଼ିବାର ସଂକେତ ରହିଛି। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଳମ୍ବନ କରନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି।

ମୀନ: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ପରିବାର ଲୋକଙ୍କ ସହ ଦିନଟି ବିତାଇବେ। କିଛି କାର୍ଯ୍ୟ ସଂପନ୍ନ ହୋଇନପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story