୧୭ ସେପ୍ଟେମ୍ବର, ସୋମବାର: ଆଜି ବିଶ୍ୱକର୍ମା ପୂଜାରେ ଦିନଟି ଏମିତି କଟିପାରେ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମନ ଶାନ୍ତ ରହିବ। ଦୈନନ୍ଦିନ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ। ବୃଷ: ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହି ନପାରେ। ସୃଜନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମିଥୁନ: ସବୁ କାର୍ଯ୍ୟରେ ସଫଳ ହେବେ। ତେଣୁ ମନ ପ୍ରସନ୍ନ ରହିବ। ଭାଗ୍ୟବୃଦ୍ଧି ଯୋଗ ରହିଛି। କର୍କଟ: ବନ୍ଧୁ ଅବା ପରିବାରର କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ବାଧିଲା […]

RasiFala

Jitendra Garnayak
  • Published: Monday, 17 September 2018
  • , Updated: 17 September 2018, 04:22 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମନ ଶାନ୍ତ ରହିବ। ଦୈନନ୍ଦିନ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ।

ବୃଷ: ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହି ନପାରେ। ସୃଜନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ସବୁ କାର୍ଯ୍ୟରେ ସଫଳ ହେବେ। ତେଣୁ ମନ ପ୍ରସନ୍ନ ରହିବ। ଭାଗ୍ୟବୃଦ୍ଧି ଯୋଗ ରହିଛି।

କର୍କଟ: ବନ୍ଧୁ ଅବା ପରିବାରର କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ଯେକୌଣସି ନିଷ୍ପତ୍ତି ନେଲା ବେଳେ ମନରେ ଦ୍ୱନ୍ଦ୍ୱ ଉତ୍ପନ ହେବ ନାହିଁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କନ୍ୟା: ମନ ଭଲ ରହିବ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କ କଥାକୁ ଶୁଣନ୍ତୁ ନାହିଁ। ନିଜ ଉପରେ ଭରସା ରଖନ୍ତୁ

ତୁଳା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କାହାରି ଉପରେ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ଅଫିସ୍‌ରେ ଭଲ କାମ କରି ପ୍ରଶଂସିତ ହେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବେ। କୌଣସି ଗରିବ ଲୋକ ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ସାଧ୍ୟମତେ ତାଙ୍କୁ ସାହାଯ୍ୟ କରନ୍ତୁ।

ମକର: ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଅଧିକ ଖର୍ଚ୍ଚ ହେବ। ତେଣୁ ଟିକେ ଚିନ୍ତିତ ରହିବେ

କୁମ୍ଭ: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଯିବ। କାହାକୁ ଅପମାନିତ କରନ୍ତୁ ନାହିଁ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ

ମୀନ: ଚିନ୍ତାମୁକ୍ତ ରହିବେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ଋଣ କରନ୍ତୁ ନାହିଁ।

Related story