୧୭ ସେପ୍ଟେମ୍ବର, ରବିବାର: ତିନୋଟି ରାଶିର ଲୋକଙ୍କ ପାଇଁ ଆଜି ଦିନଟି ପୂରା ଭଲ

ମେଷ: ଦିନର ଆରମ୍ଭ ଭଲରେ ହେବ ନାହିଁ। ମାନସିକ ଚିନ୍ତାରେ ରହିବେ। କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଠା କଥା କୁହନ୍ତୁ, ସମସ୍ତେ ଆପଣଙ୍କୁ ଶୁଣିବେ। ଆଜି କିଛି ନୂଆ କାମ ଆରମ୍ଭ କରିପାରନ୍ତି। ବୃଷ: ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଶରୀର ସୁସ୍ଥ ରହିବ। ପରିବାର ସହ ଆନନ୍ଦରେ ସମୟ ଅତିବାହିତ କରିବେ। ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଚିନ୍ତିତ ରହିବେ। ଶରୀର ସାମାନ୍ୟ […]

ZodiacSigns

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 08:28 AM IST

ମେଷ: ଦିନର ଆରମ୍ଭ ଭଲରେ ହେବ ନାହିଁ। ମାନସିକ ଚିନ୍ତାରେ ରହିବେ। କାହାକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଠା କଥା କୁହନ୍ତୁ, ସମସ୍ତେ ଆପଣଙ୍କୁ ଶୁଣିବେ। ଆଜି କିଛି ନୂଆ କାମ ଆରମ୍ଭ କରିପାରନ୍ତି।

ବୃଷ: ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଶରୀର ସୁସ୍ଥ ରହିବ। ପରିବାର ସହ ଆନନ୍ଦରେ ସମୟ ଅତିବାହିତ କରିବେ।

ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଚିନ୍ତିତ ରହିବେ। ଶରୀର ସାମାନ୍ୟ ଅସୁସ୍ଥ ହୋଇପାରେ। ପରିବାରର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଯିବ। ତେବେ କିଛି ଅଟକି ରହିଥିବା କାର୍ଯ୍ୟ ଆଜି ସଂପନ୍ନ ହେବ, ଯାହା ଆପଣଙ୍କୁ ଶାନ୍ତି ଦେଇପାରେ।

କର୍କଟ: ସକାଳ ସମୟଟି ଆପଣଙ୍କ ପାଇଁ ବିଶେଷ ଭାବେ ଭଲ ଅଛି। ପରିବାରରେ ଶାନ୍ତି ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ମହିଳାମାନଙ୍କଠାରୁ ଉପକୃତ ହେବେ। ପ୍ରିୟଜନଙ୍କ ସହିତ ଭେଟ ହେବ। ଉଭୟ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ। କିନ୍ତୁ ମଧ୍ୟାହ୍ନ ପରେ ବିଭିନ୍ନ ପ୍ରକାର ଚିନ୍ତାରେ ବୁଡ଼ି ରହିପାରନ୍ତି।

ସିଂହ: ଆନନ୍ଦରେ ଦିନଟି ବିତିବ। ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଭଲ ଅଛି। ବ୍ୟବସାୟକୁ ବଢ଼ାଇବାକୁ ଯୋଜନା କରୁଥିଲେ ଆଜି ସଠିକ୍ ପରାମର୍ଶ ପାଇପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ମନରେ ଧାର୍ମିକ ଭାବନା ଜାଗ୍ରତ ହେବ। ଅଚାନକ ଧନଲାଭ ହୋଇପାରେ। ଅଫିସ୍ ଅବା କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ।

ତୁଳା: ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାର ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସେଥିପାଇଁ ଦିନଟି ଅନକୂଳ ନାହିଁ। କାର୍ଯ୍ୟଭାର ଯୋଗୁଁ ଚାପରେ ରହିବେ।

ବିଛା: ଦାମ୍ପତ୍ୟ ଜୀବନ ଭଲ ରହିବ। ପରିବାର ଲୋକଙ୍କ ସହ କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟରେ ଅବନ୍ନତି ହୋଇପାରେ। ଦିନସାରା ବ୍ୟସ୍ତ ରହିବେ।

ଧନୁ: ଦିନଟି ଶୁଭ ଫଳ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଅଫିସ୍‌ରେ ଅବା କର୍ମସଂସ୍ଥାନରେ ସହକର୍ମଚାରୀଙ୍କ ସହଯୋଗ ମିଳିବ।

ମକର: ମିଠା କଥା କହି ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚାହିଁବେ। ଆପଣଙ୍କ ମଧୁର ବଚନ ଅନ୍ୟମାନଙ୍କ ସହ ସଂପର୍କକୁ ବି ଦୃଢ଼ କରିବ। ଆର୍ଥିକ ସ୍ଥିତି ଭଲ ରହିବ। ପୂରା ଦିନଟି ଆନନ୍ଦରେ ବିତିବ।

କୁମ୍ଭ: ଆତ୍ମବିଶ୍ୱାସ ବଢ଼ିବ। ତେଣୁ ସବୁ କାର୍ଯ୍ୟ ସହଜରେ ସଂପନ୍ନ କରିପାରିବେ। କାହାରିଠାରୁ ଆର୍ଥିକ ସହାୟତା ମିଳିପାରେ। ପୈତୃକ ସଂପତ୍ତିରୁ ଲାଭ ମିଳିବ। ଯାନବାହନ ଅବା ଘର ଆଦି କିଣିବା ପାଇଁ ଯୋଜନା ବନାଇପାରନ୍ତି।

ମୀନ: ଚିନ୍ତାଗ୍ରସ୍ତ ରହିବେ। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ। ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

Related story