ରାଶିଫଳ; ଜାଣନ୍ତୁ ଆଜି କେଉଁ ରାଶିରେ କ’ଣ ରହିଛି।
ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ବୃଷ: ମନ ଖୁସି ରହିବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ।
କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ।
ସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
କନ୍ୟା: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ତୁଳା: ଦ୍ୱନ୍ଦ୍ୱ ଭିତରେ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନପ୍ରାପ୍ତି ଯୋଗ ରହିଛି।
ବିଚ୍ଛା: ପରିବାରରେ ହସଖୁସିର ପରିବେଶ ରହିବ। ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।
ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। କାହାକୁ ଟାଣ କଥା କୁହନ୍ତୁ ନାହିଁ।
ମକର: ବିବାହ ସ୍ଥିର ହୋଇପାରେ। ନୂତନ ବସ୍ତ୍ର କିଣି ପାରନ୍ତି। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।
କୁମ୍ଭ: ମାନ-ସମ୍ମାନ ମିଳିବ। ଅପରାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ମୀନ: ଆତ୍ମ ବିଶ୍ୱାସ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।