ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲ ରହିଛି। ଅପରାହ୍ଣ ପରେ ଚିନ୍ତିତ ରହିପାରନ୍ତି।
ବୃଷ: ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଉପହାର ମିଳିପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ।
ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦଠାରୁ ନିଜକୁ ଦୂରେଇ ରୁହନ୍ତୁ। ଯାତ୍ରା କରନ୍ତୁ ନାହିଁ । ଦୁର୍ଘଟଣା ଘଟିପାରେ।
କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଉପହାର ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।
ସିଂହ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ସୁସ୍ୱାଦୁ ଖାଦ୍ୟ ଖାଇବେ।
କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।
ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ। ଗଣେଶଙ୍କୁ ପୂଜା କରନ୍ତୁ।
ବିଚ୍ଛା: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି ବିତାଇବେ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ଧନୁ: ଅଟକି ରହିଥିବା କାମ ଆଜି ସଂପୂର୍ଣ୍ଣ ହେବେ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପଡ଼ୋଶୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ।
ମକର: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ଭାଗ୍ୟ ବୃଦ୍ଧି ହେବ।
କୁମ୍ଭ: ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ରହିଛି। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ଅଳଙ୍କାର କିଣିପାରନ୍ତି।
ମୀନ: ପିତାମାତାଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।