୧୮ ସେପ୍ଟେମ୍ବର, ସୋମବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କର ଆଜି ଧନ ଓ ମାନହାନି ହୋଇପାରେ

ମେଷ: ମନ ସ୍ଥିର ରହିବ ନାହିଁ। ଏହାର ପ୍ରଭାବ ଆପଣଙ୍କ ନିଷ୍ପତ୍ତି ଉପରେ ପଡ଼ିବ। ଆପଣ ବାରମ୍ବାର ନିଷ୍ପତ୍ତି ବଦଳାଇ ପାରନ୍ତି। ଚାକିରି ଅବା ବ୍ୟବସାୟରେ ଭଲ ବାତାବରଣ ରହିବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଅସନ୍ତୁଷ୍ଟ କରିବ। ଆର୍ଥିକ ସ୍ଥିତି […]

ZodiacSigns

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 07:40 AM IST

ମେଷ: ମନ ସ୍ଥିର ରହିବ ନାହିଁ। ଏହାର ପ୍ରଭାବ ଆପଣଙ୍କ ନିଷ୍ପତ୍ତି ଉପରେ ପଡ଼ିବ। ଆପଣ ବାରମ୍ବାର ନିଷ୍ପତ୍ତି ବଦଳାଇ ପାରନ୍ତି। ଚାକିରି ଅବା ବ୍ୟବସାୟରେ ଭଲ ବାତାବରଣ ରହିବ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଅସନ୍ତୁଷ୍ଟ କରିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି।

ମିଥୁନ: ଦିନ ସାରା ସତେଜ ରହିବେ। ମନ ପ୍ରଫୁଲ୍ଲ ରହିବ। ସୁସ୍ୱାଦୁ ଭୋଜନ କରିବେ। ପୋଷାକ ଆଦି କିଣାକିଣି କରିପାରନ୍ତି। ବନ୍ଧୁମାନଙ୍କ ସହ ଦିନଟିକୁ ବିତାଇବାକୁ ଚାହିଁବେ। ଦାମ୍ପତ୍ୟ ଜୀବନ ଭଲ ରହିବ। କୌଣସି ସୂତ୍ରରୁ ଅର୍ଥ ଲାଭ ହୋଇପାରେ। ନୂଆ କାର୍ଯ୍ୟ ପାଇଁ ଯୋଜନା ବନାଇ ପାରନ୍ତି। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: କାର୍ଯ୍ୟ ବ୍ୟସ୍ତ ରହିବେ। କୌଣସି ପ୍ରସଙ୍ଗକୁ ନେଇ ମନରେ ଦ୍ୱନ୍ଦ୍ୱ ଉପୁଜିବ। ଏଭଳି ସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେବା ଭଲ। ଭୁଲ୍‌ ବୁଝାମଣାରୁ କାହା ସହିତ ବାଦ-ବିବାଦ ହୋଇପାରେ। ମାନହାନି ଓ ଧନହାନିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ। ତେବେ କିଛି କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ ନାହିଁ, ତେଣୁ ସୁଯୋଗ ହାତଛଡ଼ା ହେବ। ମହିଳାଙ୍କଠାରୁ ଉପକୃତ ହେବେ। ଆୟ ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ବାପାଙ୍କ ସହିତ ସଂପର୍କ ମଧୁର ହେବ। ତାଙ୍କଠାରୁ କିଛି ଲାଭ ପାଇବେ। ଚାକିରି କରୁଥିବା ଲୋକେ କିଛି ଶୁଭ ଖବର ପାଇ ପାରନ୍ତି। ଧନ ବଢ଼ିବ। ମାନ-ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସ୍ୱାସ୍ଥ୍ୟାବସ୍ଥା ଟିକେ ବିଗିଡ଼ି ଯାଇପାରେ। ଛୁଆପିଲାଙ୍କ ପାଇଁ ଟିକେ ଚିନ୍ତିତ ରହିବେ। କୌଣସି ଧାର୍ମିକସ୍ଥଳୀକୁ ଯିବାକୁ ମନ ବଳାଇବେ।

ବିଛା: କଥା ଓ ବ୍ୟବହାର ଉପରେ ସଂଯମ ରଖିବା ବହୁତ ଆବଶ୍ୟକ। ଅଫିସ୍ ଅବା କର୍ମସଂସ୍ଥାନରେ ଅତ୍ୟଧିକ କାର୍ଯ୍ୟଭାର ନିଅନ୍ତୁ ନାହିଁ। ଦେହ ଖରାପ ଯୋଗ ରହିଛି। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଚାନକ ଧନପ୍ରାପ୍ତି ହୋଇପାରେ। କିଛି ସମୟ ନିଜ ବିଷୟରେ ଭାବିବାକୁ ଦିଅନ୍ତୁ।

ଧନୁ: କୌଣସି ପାର୍ଟିରେ ଯୋଗ ଦେଇପାରନ୍ତି। ସୁସ୍ୱାଦୁ ଭୋଜନ କରିବେ। ମନୋରଞ୍ଜନରେ ସମୟ ବିତିବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ। ମାନ-ସମ୍ମାନ ମିଳିବ।

ମକର: ଆର୍ଥିକ ଯୋଜନା ପାଇଁ ଆଜି ଦିନଟି ଭଲ ରହିଛି। ଅଟକି ଥିବା ଅର୍ଥ ମିଳିବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବିରୋଧୀମାନେ ହଇରାଣରେ ପକାଇବାକୁ ପ୍ରୟାସ କରିବେ, କିନ୍ତୁ ବିଫଳ ହେବେ।

କୁମ୍ଭ: ମନ ଅଶାନ୍ତ ରହିବ। କିଛି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ ନାହିଁ। ଅଚାନକ ଖର୍ଚ୍ଚାନ୍ତ ହେବେ। ଲେଖାଲେଖି ପାଇଁ ଦିନଟି ଅନୁକୂଳ ରହିଛି।

ମୀନ: ସତର୍କତାର ସହିତ ଦିନଟି ଅତିବାହିତ କରନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ମନ ଅସ୍ଥିର ରହିବେ। ଧନ ଓ ମାନହାନି ହୋଇପାରେ। ଅଫିସ୍‌ରେ କିଛି ସମସ୍ୟା ଦେଖାଯାଇପାରେ।

Related story