୧୯ ଡିସେମ୍ବର, ବୁଧବାର: ଛାତିରେ ଯନ୍ତ୍ରଣା ହୋଇପାରେ

ମେଷ: ଦିନଟି ଭଲରେ କଟିବ। ମାଲି-ମକଦ୍ଦମାରେ ସଫଳତା ପାଇବେ। ଶୁଭ ସମାଚାର ମିଳିବ। ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ପଦୋନ୍ନତି ଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମିଥୁନ: ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। କର୍କଟ: ଆଜି ଦିନଟି ଖୁସିରେ କାଟିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଂଶସିତ ହେବେ। ମା’ଙ୍କ ସହଯୋଗ ମିଳିବ। ସିଂହ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-5

Tapaswini Nayak
  • Published: Wednesday, 19 December 2018
  • , Updated: 19 December 2018, 07:43 AM IST

ମେଷ: ଦିନଟି ଭଲରେ କଟିବ। ମାଲି-ମକଦ୍ଦମାରେ ସଫଳତା ପାଇବେ। ଶୁଭ ସମାଚାର ମିଳିବ।

ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ପଦୋନ୍ନତି ଯୋଗ ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

କର୍କଟ: ଆଜି ଦିନଟି ଖୁସିରେ କାଟିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଂଶସିତ ହେବେ। ମା’ଙ୍କ ସହଯୋଗ ମିଳିବ।

ସିଂହ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ସମସ୍ୟା ଦେଖା ଯାଇପାରେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ହଳଦିଆ ବସ୍ତ୍ର ଦାନ କରନ୍ତୁ।

ତୁଳା: ସାମାଜିକ କ୍ଷେତ୍ରରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

ବିଚ୍ଛା: ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କର ଆଜି ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ।

ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ମାନ-ସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ମୀନ: ଠିକ୍‌ ସମୟରେ ଖାଆନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୁରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story