୧୯ ସେପ୍ଟେମ୍ୱର, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନଙ୍କ ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ କିଛିଟା ଚିନ୍ତିତ ରହିବେ। ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ବୃଷ: କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ କି ଦୂର ଯାତ୍ରା କରନ୍ତୁ ନାହିଁ। ଯଦି ଜରୁରୀ କାମ ଅଛି ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ। ବନ୍ଧୁଙ୍କ ସହ ମିଶି ଖୁସି ଅନୁଭବ କରିବେ। ସ୍ୱାସ୍ଥ୍ୟ […]

zodaicsigns

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 08:29 AM IST

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନଙ୍କ ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ କିଛିଟା ଚିନ୍ତିତ ରହିବେ। ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ।

ବୃଷ: କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ କି ଦୂର ଯାତ୍ରା କରନ୍ତୁ ନାହିଁ। ଯଦି ଜରୁରୀ କାମ ଅଛି ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ। ବନ୍ଧୁଙ୍କ ସହ ମିଶି ଖୁସି ଅନୁଭବ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ସ୍ଥିତି ଭଲ ରହିବ, ପୁଞ୍ଜି ନିବେଶ ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

ମିଥୁନ: ଦିନ ସାରା ବ୍ୟସ୍ତ ରହିବେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।ପରିବାର ଲୋକଙ୍କ ସହ ଆନନ୍ଦରେ ସମୟ କାଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ।

କର୍କଟ: ଥଣ୍ଡା ଜ୍ୱର ହୋଇପାରେ, ମାନସିକ ଚିନ୍ତା ବଢିବ। ଧନପ୍ରାପ୍ତିର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖଶାନ୍ତି ରହିବ।

ସିଂହ: ଆଜି ଘରେ ସୁଖଶାନ୍ତି ବିରାଜିତ ରହିବା ସହ ପିଲାମାନଙ୍କ ସୁଖ ପାଇବେ। ଚିକିରିରେ ପଦୋନ୍ନତି ହେବାର ସୁଯୋଗ ରହିଛି। ପୁରୁଣା ଇଚ୍ଛା ପୂରଣ ହେବ। ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ।

କନ୍ୟା: ଚାକିରି ପରିବର୍ତ୍ତନର ଯୋଗ ରହିଛି। ଖର୍ଚ୍ଚକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରରେ ସୁଖଶାନ୍ତି ରହିବ। ବ୍ୟବସାୟରେ ଲାଭବାନ ହେବେ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ।

ତୁଳା: ଘରକୁ ଅତିଥି ଆସି ପାରନ୍ତି। ଦିନ ସାରା ବ୍ୟସ୍ତ ରହିବେ। ପଦୋନ୍ନତିର ଯୋଗ ରହିଛି, ମାନସମ୍ମାନ ବଢ଼ିବ। ପରିବାର ଲୋକଙ୍କ ସହଯୋଗ ପାଇବେ।

ବିଛା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନ ଲାଭର ଯୋଗ ରହିଛି। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି।

ଧନୁ: ବିବାହ ସ୍ଥିର ହୋଇପାରେ। ବୁଡ଼ି ଯାଇଥିବା ଧନ ମିଳିବ। ଦୂର ଯାତ୍ରା କରି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ କି କୌଣସି ନୂତନ କାମ ଆରମ୍ଭ କରନ୍ତୁ ନାହିଁ।

ମକର: ପରିବାରିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନବାହନ କିଣିବାର ଯୋଗ ରହିଛି। ମାନସମ୍ମାନ ବଢିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ଆଜିର ଦିନଟି ଭଲ।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଘରେ ସୁଖଶାନ୍ତି ରହିବ।

Related story