୧୯ ଅଗଷ୍ଟ, ବୁଧବାର; କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ରାଶିଫଳ; ଜାଣନ୍ତୁ ଆଜି କେଉଁ ରାଶିରେ କ’ଣ ରହିଛି।  ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ। ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମାନ-ସମ୍ମାନ ମିଳିବ। କର୍କଟ: ଭାଗ୍ୟ ବୃଦ୍ଧି ହେବ। ଖୁସି ଖବର ଶୁଣିପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତିତ ରହିପାରନ୍ତି। […]

hhhhhhhhhhhhhh

Tapaswini Nayak
  • Published: Wednesday, 19 August 2020
  • , Updated: 19 August 2020, 08:26 AM IST

ରାଶିଫଳ; ଜାଣନ୍ତୁ ଆଜି କେଉଁ ରାଶିରେ କ’ଣ ରହିଛି। 

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ମନ ପ୍ରଫୁଲ୍ଲ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମାନ-ସମ୍ମାନ ମିଳିବ।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ଖୁସି ଖବର ଶୁଣିପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତିତ ରହିପାରନ୍ତି। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଦିନଟି ଭଲରେ କଟିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଅଳଙ୍କାର କିଣିପାରନ୍ତି।

ତୁଳା: ସହକର୍ମୀଙ୍କ ସହଯୋଗ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଶେୟାର ସଟ୍ଟାରେ ଟଙ୍କା ନିବେଶ କରନ୍ତୁ ନାହିଁ।

ଧନୁ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି।

କୁମ୍ଭ: ମନରେ ଦ୍ୱନ୍ଦ୍ୱ ଲାଗି ରହିବ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ମୀନ: ଧନପ୍ରାପ୍ତି ଯୋଗ ରହିଛି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

Related story