୧୯ ଜୁଲାଇ, ଗୁରୁବାର: ଏହି ରାଶି ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିବ

ମେଷ: ହତାଶ ଅନୁଭବ କରିବେ। ମନ ଭଲ ରହିବ ନାହିଁ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ। ବୃଷ: ଦିନଟି ଆନନ୍ଦରେ ଅତିବାହିତ ହେବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ସବୁ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଚାକିରି ଓ ବ୍ୟବସାୟରେ […]

zodaic

Rakesh Mallick
  • Published: Thursday, 19 July 2018
  • , Updated: 19 July 2018, 07:26 AM IST

ମେଷ: ହତାଶ ଅନୁଭବ କରିବେ। ମନ ଭଲ ରହିବ ନାହିଁ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ।

ବୃଷ: ଦିନଟି ଆନନ୍ଦରେ ଅତିବାହିତ ହେବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ସବୁ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। କର୍କଟ: ଆତ୍ମବିଶ୍ୱାସ ବଢ଼ିବ। କାହା ଉପରେ କ୍ରୋଧ କରିପାରନ୍ତି। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ସିଂହ: ଆଜି ଯେକୌଣସି କାର୍ଯ୍ୟ କଲା ବେଳେ ସାମାନ୍ୟ ବାଧା ଉପୁଜି ପାରେ। ତେବେ ସବୁ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହେବ। ଦରକାର ହେଉଥିବା ଅର୍ଥ ସହଜରେ ପାଇପାରିବେ।

କନ୍ୟା: ଦିନଟି ବହୁତ ଭଲରେ କଟିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ।

ତୁଳା: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସନ୍ଧ୍ୟା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବିଛା: ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିବ। ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ: ଆୟ ବଢ଼ିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

ମକର: କାହା ସହିତ ଯୁକ୍ତିତର୍କ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହୋଇପାରେ।

କୁମ୍ଭ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅନ୍ୟମାନଙ୍କ ପ୍ରତି ବ୍ୟବହାର ଠିକ୍ ରଖନ୍ତୁ। ବନ୍ଧୁଙ୍କ ସହିତ ଦିନଟି କାଟି ପାରନ୍ତି। ବ୍ୟବସାୟରୁ ଭଲ ଲାଭ ମିଳିବ।

ମୀନ: ସଂପତ୍ତିକୁ ନେଇ ଘରେ କଳିଝଗଡ଼ା ହୋଇପାରେ। ଯେ କୌଣସି କ୍ଷେତ୍ରରେ ଦେଖିଚାହିଁ ନିବେଶ କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

 

Related story