୧୯ ନଭେମ୍ୱର, ସୋମବାର: ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ।

ବୃଷ: ନୂତନ ପୋଷାକ କିଣି ପାରନ୍ତି। ଖର୍ଚ୍ଚ ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମିଥୁନ: ବିଦେଶରୁ ଶୁଭ ଖବର ଶୁଣି ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

କର୍କଟ: ଘରେ ହସଖୁସିର ପରିବେଶ ରହିବ। ପଦୋନ୍ନତିର ଯୋଗ ରହିଛି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।

ସିଂହ: ଦିନଟି ଭଲରେ କଟିବ। ସୁସ୍ଥ ରହିବେ। ମଧ୍ୟାହ୍ନ ପରେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

 ତୁଳା: ବ୍ୟବସାୟରେ ଲାଭ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

 ବିଚ୍ଛା: ଶରୀର ଫୂର୍ତ୍ତି ରହିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

 ଧନୁ: ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ। ମନ ପ୍ରଫୁଲ୍ଲିତ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

 ମକର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶରୀରରେ ଆଘାତ ଲାଗିପାରେ। ବ୍ୟବସାୟରେ ବିଘ୍ନ ହୋଇପାରେ।

 କୁମ୍ଭ: ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି। ମନୋରଞ୍ଜନ ସ୍ଥାନକୁ ଯାଇପାରନ୍ତି। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ।

 ମୀନ: ନୂତନ କାର୍ଯ୍ୟରେ ସଫଳତା ମିଳିବ।  ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଅଯଥା ଚିନ୍ତା କରନ୍ତୁ ନାହିଁ।