ଅକ୍ଟୋବର ୧୯, ଶୁକ୍ରବାର: ଦଶହରାରେ ଆପଣଙ୍କ ଦିନଟି ଏମିତି କଟିପାରେ

ମେଷ: ଦିନଟି ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଘରକୁ ଅତିଥି ଆସିପାରନ୍ତି। ଅପରାହ୍ନ ପରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ। ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ଉନ୍ନତି ଦେଖି ଖୁସି ହେବେ। ମିଥୁନ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅର୍ଥ ଖର୍ଚ୍ଚ ହେବ। […]

RasiFala

Jitendra Garnayak
  • Published: Friday, 19 October 2018
  • , Updated: 19 October 2018, 07:50 AM IST

ମେଷ: ଦିନଟି ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଘରକୁ ଅତିଥି ଆସିପାରନ୍ତି। ଅପରାହ୍ନ ପରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ।

ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ପିଲାମାନଙ୍କ ଉନ୍ନତି ଦେଖି ଖୁସି ହେବେ।

ମିଥୁନ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅର୍ଥ ଖର୍ଚ୍ଚ ହେବ।

କର୍କଟ: ସୁସ୍ୱାଦୁ ଖାଦ୍ୟ ଖାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅଫିସ୍‌ରେ ସମସ୍ତଙ୍କ ସହଯୋଗ ମିଳିବ। ନୂଆ କାର୍ଯ୍ୟ ଆରମ୍ଭ ନ କଲେ ଭଲ।

ସିଂହ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ପ୍ରବଳ ଲାଭ ଯୋଗ ରହିଛି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଆପଣଙ୍କର କ୍ଷତି ହୋଇପାରେ।

କନ୍ୟା: ଦିନଟି ଭଲରେ କଟିବ। ଘରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନିଜ ବ୍ୟବହାର ପ୍ରତି ଯତ୍ନବାନ ହୁଅନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ବିଛା: ଶତ୍ରୁ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ। କୌଣସି ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ଭଲ ନିଦ ହେଉ ନଥିବାରୁ ଚିନ୍ତିତ ରହିବେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଧନଲାଭ ହେବ। କୌଣସି ପ୍ରସଙ୍ଗରେ ରହିଥିବା ଦ୍ୱନ୍ଦ୍ୱ ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ମକର: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବୃଦ୍ଧିର ସଙ୍କେତ ମିଳୁଛି।

କୁମ୍ଭ: ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢ଼ିବ। ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ କରିବେ। ମନ ଶାନ୍ତ ରହିବ।

ମୀନ: ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିଛି। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

Related story