୧ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ବୁଡ଼ି ଯାଇଥିବା ଅର୍ଥ ପାଇପାରନ୍ତି

ମେଷ: ସତର୍କ ରୁହନ୍ତୁ। ଚିନ୍ତାଗ୍ରସ୍ତ ରହିପାରନ୍ତି। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସମ୍ମାନପ୍ରାପ୍ତି ଯୋଗ ରହିଛି। ଦାମୀ ବସ୍ତୁକୁ ଯତ୍ନର ସହ ରଖନ୍ତୁ। ମିଥୁନ: ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ପୁତ୍ର ଓ ପତ୍ନୀଙ୍କଠାରୁ ଲାଭବାନ ହେବେ। ସାଂସାରିକ ଜୀବନ ସୁଖମୟ ହେବ। କର୍କଟ: କାର୍ଯ୍ୟବ୍ୟସ୍ତ ରହିବେ। ଅଧିକ ପରିଶ୍ରମ ପଡ଼ିପାରେ। ପେଟରେ ସମସ୍ୟା ଦେଖାଯାଇପାରେ। ବାଦବିବାଦରୁ ଦୂରେଇ […]

zodaic

Rakesh Mallick
  • Published: Wednesday, 01 August 2018
  • , Updated: 01 August 2018, 07:51 AM IST

ମେଷ: ସତର୍କ ରୁହନ୍ତୁ। ଚିନ୍ତାଗ୍ରସ୍ତ ରହିପାରନ୍ତି। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସମ୍ମାନପ୍ରାପ୍ତି ଯୋଗ ରହିଛି। ଦାମୀ ବସ୍ତୁକୁ ଯତ୍ନର ସହ ରଖନ୍ତୁ।

ମିଥୁନ: ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ପୁତ୍ର ଓ ପତ୍ନୀଙ୍କଠାରୁ ଲାଭବାନ ହେବେ। ସାଂସାରିକ ଜୀବନ ସୁଖମୟ ହେବ।

କର୍କଟ: କାର୍ଯ୍ୟବ୍ୟସ୍ତ ରହିବେ। ଅଧିକ ପରିଶ୍ରମ ପଡ଼ିପାରେ। ପେଟରେ ସମସ୍ୟା ଦେଖାଯାଇପାରେ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ସିଂହ: ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅନ୍ୟମାନେ ସହଯୋଗ କରିବାକୁ ଆଗେଇ ଆସିବେ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସବୁ କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ। ଅନ୍ୟମାନଙ୍କ ସହ ଆଲୋଚନା କଲା ବେଳେ ସଂଯମ ଆଚରଣ କରନ୍ତୁ।

ତୁଳା: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ କବଳିତ କରିପାରେ।

ବିଛା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ପରିବାର ଲୋକଙ୍କ ସହ ଦିନଟି ବିତାଇବେ। ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ।

ଧନୁ: ବୁଡ଼ି ଯାଇଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଯୋଜନା କରିବେ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।

ମକର: ମନୋରଞ୍ଜନରେ ଦିନଟି ବିତିବ। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଧନପ୍ରାପ୍ତି ଯୋଗ ରହିଛି।

କୁମ୍ଭ: ବହୁ ଦିନ ପରେ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା କରିବେ। କିଛି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ଧନଲାଭ ହୋଇପାରେ।

ମୀନ: ବିଭିନ୍ନ ଦିଗରୁ ଲାଭ ମିଳିବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ମଧ୍ୟାହ୍ନ ପରେ ଟିକେ ଚିନ୍ତିତ ରହିପାରନ୍ତି।

 

Related story