୧ ଡିସେମ୍ୱର, ଶନିବାର: କେହି ଧୋକା ଦେଇପାରନ୍ତି

ମେଷ: ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଅହଙ୍କାର ପରିତ୍ୟାଗ କରନ୍ତୁ। ନ ହେଲେ ଘରେ, ବାହାରେ ସବୁଠି ସମସ୍ୟାରେ ପଡ଼ିବେ। ବୃଷ: ସ୍ୱାସ୍ଥ୍ୟ ଭଲ ରହି ନପାରେ। ପରିବାରରେ କାହା ସହିତ ମତାନ୍ତର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଆଜି ପ୍ରତ୍ୟେକ କାର୍ଯ୍ୟକୁ ମନଧ୍ୟାନ ଦେଇ କରିବେ ଓ ସଫଳତା ପାଇବେ। ପୁରୁଣା ନିବେଶରୁ ଭଲ ଲାଭ ମିଳିବ। ଅର୍ଥ ଲାଭ ହୋଇପାରେ। କର୍କଟ: ସକାଳଟି ଭଲରେ କଟିବ। ମଧ୍ୟାହ୍ନ ପରେ କିଛି ପ୍ରସଙ୍ଗ ଆପଣଙ୍କୁ ଚିନ୍ତିତ […]

rasi

Jitendra Garnayak
  • Published: Saturday, 01 December 2018
  • , Updated: 01 December 2018, 07:30 AM IST

ମେଷ: ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଅହଙ୍କାର ପରିତ୍ୟାଗ କରନ୍ତୁ। ନ ହେଲେ ଘରେ, ବାହାରେ ସବୁଠି ସମସ୍ୟାରେ ପଡ଼ିବେ।

ବୃଷ: ସ୍ୱାସ୍ଥ୍ୟ ଭଲ ରହି ନପାରେ। ପରିବାରରେ କାହା ସହିତ ମତାନ୍ତର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଆଜି ପ୍ରତ୍ୟେକ କାର୍ଯ୍ୟକୁ ମନଧ୍ୟାନ ଦେଇ କରିବେ ଓ ସଫଳତା ପାଇବେ। ପୁରୁଣା ନିବେଶରୁ ଭଲ ଲାଭ ମିଳିବ। ଅର୍ଥ ଲାଭ ହୋଇପାରେ।

କର୍କଟ: ସକାଳଟି ଭଲରେ କଟିବ। ମଧ୍ୟାହ୍ନ ପରେ କିଛି ପ୍ରସଙ୍ଗ ଆପଣଙ୍କୁ ଚିନ୍ତିତ କରିବ। ରାଗ ଓ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ୱନ କରନ୍ତୁ। ଆର୍ଥିକ ସମସ୍ୟା ମନକୁ ବିଚଳିତ କରିପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆୟ ବଢ଼ାଇବା ପାଇଁ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘରକୁ ଅତିଥି ଆସିପାରନ୍ତି। କୌଣସି ଦାମୀ ଜିନିଷ କିଣିପାରନ୍ତି।

ତୁଳା: ମନ ମୁତାବକ କାର୍ଯ୍ୟ ହୋଇ ନ ପାରେ। କେହି ଆପଣଙ୍କୁ ଧୋକା ଦେଇ ପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ବିଛା: ଦିନଟି ବେଶ୍‌ ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ। ସବୁ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ। ପରିବାରକୁ ସମୟ ଦେବାକୁ ଚେଷ୍ଟା କରନ୍ତୁ।

ଧନୁ: କୌଣସି କାମ ପ୍ରତି ଆଗ୍ରହ ଦେଖାଇବେ ନାହିଁ। ଅଫିସ୍‌ରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଆବଶ୍ୟକ ପରାମର୍ଶ ନେଇ କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିପାରିବେ।

ମକର: କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ନୀତି-ନିୟମ ମଧ୍ୟରେ ରହି କାର୍ଯ୍ୟ କରନ୍ତୁ। ସୁସ୍ୱାଦୁ ଖାଦ୍ୟ ଖାଇବେ।

କୁମ୍ଭ: ଘରକୁ ଅତିଥି ଆସିପାରନ୍ତି। ବାହାଘର ସ୍ଥିର ହୋଇପାରେ। କେହି ଅର୍ଥ ମାଗିଲେ, ଦେଖିଚାହିଁ ଦିଅନ୍ତୁ।

ମୀନ: ଅଫିସ୍‌ ବା କର୍ମସ୍ଥଳରେ ଭଲ ବାତାବରଣ ରହିବ। ସମସ୍ୟାରୁ ମୁକୁଳିବାରେ ସଫଳ ହେବେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

Related story