୧ ନଭେମ୍ବର,ଗୁରୁବାର: ଏହି ରାଶିର ବ୍ୟକ୍ତି ଆଜି ଫଳ ଦାନ କରନ୍ତୁ

ମେଷ: ଚିନ୍ତିତ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ। ବିଦେଶରୁ ଶୁଭ ଖବର ଶୁଣିବେ। ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିକ୍ଷେତ୍ରରେ ସଫଳତା ମିଳିବ। ପିତାମାତାଙ୍କ ସହଯୋଗ ମିଳିବ। କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଖର୍ଚ୍ଚାନ୍ତରେ […]

Rasi-Fala-2-1-1-3-2-1-2-1-2-1-1-3

Tapaswini Nayak
  • Published: Thursday, 01 November 2018
  • , Updated: 01 November 2018, 11:11 AM IST

ମେଷ: ଚିନ୍ତିତ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ। ବିଦେଶରୁ ଶୁଭ ଖବର ଶୁଣିବେ।

ବୃଷ: ବ୍ୟବସାୟରେ ଅଧିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିକ୍ଷେତ୍ରରେ ସଫଳତା ମିଳିବ। ପିତାମାତାଙ୍କ ସହଯୋଗ ମିଳିବ।

କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

ସିଂହ: ଅସୁସ୍ଥତା ଅନୁଭବ କରିବେ। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଫଳ ଦାନ କରନ୍ତୁ।

କନ୍ୟା: ମାନ-ସମ୍ମାନ ବୃଦ୍ଧି ପାଇବ। ବିବାହ ଓ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। ଜମି କିଣିବାର ଯୋଗ ରହିଛି। ଘରକୁ ଅତିଥି ଆସିପାରନ୍ତି।

ତୁଳା: କାର୍ଯ୍ୟରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବନ୍ଧୁଙ୍କ ସହ ଦେଖା ହୋଇପାରେ। ଶୁଭ ସମାଚାର ଶୁଣିପାରନ୍ତି।

ବିଛା: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ନିଜ କଥା ନିୟନ୍ତ୍ରଣ କରନ୍ତୁ, ନ ହେଲେ ବିବାଦରେ ପଡ଼ିପାରନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ମାତାପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସଫଳତା ମିଳିବ।

କୁମ୍ଭ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

ମୀନ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ।

Related story