ମେଷ: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଅଯଥା ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ।
ବୃଷ: ଆୟ ବଢ଼ାଇବାକୁ ନୂଆ ଯୋଜନା କରିବେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବାକୁ ପ୍ରୟାସ କରିବେ। ଆତ୍ମବିଶ୍ୱାସ ବଢ଼ିବ।
ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥହାନୀ ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଉଚିତ୍ ସମୟ ନୁହେଁ।
କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି। ଆର୍ଥିକ ଯୋଜନାଗୁଡ଼ିକ ସଫଳତାପୂର୍ବକ ସଂପନ୍ନ ହେବ।
ସିଂହ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ଅଫିସ୍ରେ ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ପ୍ରକଟ କରିବେ। ବାପାଙ୍କ ତରଫରୁ ଲାଭବାନ ହେବେ।
କନ୍ୟା: ଆନନ୍ଦରେ ଦିନଟି କଟିବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ କରିବେ। ଭାଇ-ଭଉଣୀଙ୍କ ସଂପର୍କ ଭଲ ରହିବ।
ତୁଳା: ଦିନଟି ମଧ୍ୟମ ଧରଣର ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କଲେ ଭଲ। କାହାକୁ କଟୁ କଥା କୁହନ୍ତୁ ନାହିଁ।
ବିଛା: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖାଦ୍ୟପେୟ ପ୍ରତି ଅବହେଳା କରନ୍ତୁ ନାହିଁ। କୌଣସି ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି।
ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।
ମକର: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କୌଣସି ପ୍ରସଙ୍ଗକୁ ନେଇ ମନ ଅଶାନ୍ତ ରହିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମସ୍ୟା ହେବ। ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେବ।
କୁମ୍ଭ: ମାନହାନୀ ଯୋଗ ରହିଛି। ତେଣୁ ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ସଫଳତା ପୂର୍ବକ ସବୁ କାର୍ଯ୍ୟ ସଂପନ୍ନ ହେବ। ସୃଜନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।