୨ମେ’ ଗୁରୁବାର: ଜଳାଶୟଠାରୁ ଦୂରେଇ ରୁହନ୍ତୁ

ମେଷ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଘର ପାଇଁ କିଛି ଦାମୀ ଜିନିଷ କିଣିପାରନ୍ତି। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସମୟ ବିତାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ମାନ-ସମ୍ମାନ ବଢ଼ିବ। ପଦୋନ୍ନତିର ଯୋଗ ରହିଛି। କର୍କଟ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବାପାଙ୍କ ସହ ବୁଲିବାକୁ ଯାଇପାରନ୍ତି। […]

astro-ok-new

Tapaswini Nayak
  • Published: Thursday, 02 May 2019
  • , Updated: 02 May 2019, 07:41 AM IST

ମେଷ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଘର ପାଇଁ କିଛି ଦାମୀ ଜିନିଷ କିଣିପାରନ୍ତି।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସମୟ ବିତାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ମାନ-ସମ୍ମାନ ବଢ଼ିବ। ପଦୋନ୍ନତିର ଯୋଗ ରହିଛି।

କର୍କଟ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବାପାଙ୍କ ସହ ବୁଲିବାକୁ ଯାଇପାରନ୍ତି। ଅଳଙ୍କାର କିଣିପାରନ୍ତି।

ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି।

ତୁଳା:  ଆଜି ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବିଚ୍ଛା: ନୂଆ କାମ ଆରମ୍ଭ କରିପାରନ୍ତି। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ: ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ମକର: ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ।

ମୀନ: ଆୟ ଠାରୁ ବ୍ୟୟ ଅଧିକ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମା’ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

Related story