ଜୁନ୍‌ ୮, ସୋମବର: କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି

ମେଷ: ସନ୍ତାନମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ବିଦ୍ୟାର୍ଥୀମାନେ ବିଦ୍ୟା ପ୍ରତି ବିମୁଖ ହେବେ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହେବାର ସମ୍ଭାବନା ରହିଛି। ଆୟ ତୁଳନାରେ ଖର୍ଚ୍ଚର ପରିମାଣ ବଢ଼ିବ। ଅଯଥା ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି।

ମିଥୁନ: ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। କୌଣସି ନୂତନ ଗୃହ ଉପକରଣ କ୍ରୟ କରିପାରନ୍ତି। ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ, ସୁଫଳ ମିଳିବ।

କର୍କଟ: ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ଶାନ୍ତି ଅନୁଭବ କରିବେ। ଶରୀର ସୁସ୍ଥ ରହିବ ଓ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂରଣ ହେବ। ବ୍ୟବସାୟରେ ଅଧିକ ଲାଭ ମିଳିବ।

ସିଂହ: ପ୍ରତ୍ୟେକଟି କାର୍ଯ୍ୟରେ ବିଫଳ ହେବେ। ମିତ୍ରଙ୍କ ସହିତ ମତପାର୍ଥକ୍ୟ ହେତୁ ମାନସିକ ଅସ୍ଥିରତା ଦେଖାଦେବ। ମହିଳମାନେ କର୍ମକ୍ଷେତ୍ରରେ ନିନ୍ଦିତ ତଥା ସମାଲୋଚିତ ହେବେ।

କନ୍ୟା: ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଉପକୃତ ହେବେ। ମହିଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସନୀୟ ହେବ।

ତୁଳା: ଅନେକ ଦିନର ଆଶା ଓ ଅଭିଳାଷ ପୂରଣ ହେବ। ଜନହିତ କାର୍ଯ୍ୟରେ ଅଂଶଗ୍ରହଣ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିବେ।

ବିଛା: ଆର୍ଥିକ ସ୍ଥିତି ଖରାପ ହେବ। ଖାଦ୍ୟ ଓ ପାନୀୟରେ ଅନିୟମିତତା ହେତୁ ପେଟରେ ଯନ୍ତ୍ରଣା ଦେଖାଦେଇପାରେ। ପ୍ରତ୍ୟେକଟି କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି।

ଧନୁ: ଶରୀର ସୁସ୍ଥ ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିଜ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

ମକର: କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ମହିଳାମାନେ ସମାଜରେ ଲୋକପ୍ରିୟତା ହାସଲ କରିବେ। ୧୧ଟି ରାଶି ଲଡୁ ଶ୍ରୀ ଗଣେଶଙ୍କ ପାଖରେ ଭୋଗଲାଗି କରନ୍ତୁ। ଏହା ଦ୍ୱାରା ଉତ୍ତମ ଫଳ ମିଳିବ।

କୁମ୍ଭ: ବାକି ରହିଥିବା କାର୍ଯ୍ୟ ଗୁଡ଼ିକୁ ଶେଷ କରି ଶାନ୍ତି ଲାଭ କରିବେ। ହସଖୁସିରେ ଦିନଟି ଅତିବାହିତ କରିବେ। ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହିତ ସମାଧାନ କରିବେ। ରାଜନେତାମାନେ ସମ୍ମାନିତ ହେବେ। କୃଷି କ୍ଷେତ୍ରରୁ ଲାଭବାନ ହେବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।