୨୦ ଅଗଷ୍ଟ, ସୋମବାର: ଏହି ରାଶିର ଲୋକେ ମହାଦେବଙ୍କୁ ଜଳ ଅର୍ପଣ କଲେ ସମସ୍ୟା ଦୂର ହେବ

ମେଷ: ଆଜିର ଦିନଟି ଶୁଭ ସଙ୍କେତ ଦେଉନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ। ବୃଷ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ବୈବାହିକ ଜୀବନରେ ସମସ୍ୟା ଆସିପାରେ। ଚାକିରି କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମିଥୁନ: ଧାଁ-ଦୌଡ଼ରେ ଦିନଟି କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ […]

rasheepic

Rakesh Mallick
  • Published: Monday, 20 August 2018
  • , Updated: 20 August 2018, 04:52 AM IST

ମେଷ: ଆଜିର ଦିନଟି ଶୁଭ ସଙ୍କେତ ଦେଉନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ।
ବୃଷ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ବୈବାହିକ ଜୀବନରେ ସମସ୍ୟା ଆସିପାରେ। ଚାକିରି କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।

ମିଥୁନ: ଧାଁ-ଦୌଡ଼ରେ ଦିନଟି କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାରିଙ୍କୁ କଷ୍ଟ ଦିଅନ୍ତୁ ନାହିଁ। ଧନପ୍ରାପ୍ତି ଯୋଗ ରହିଛି।
ସିଂହ: ଉପରିସ୍ଥ ଅଧିକାରୀଙ୍କ ସହ ବିବାଦ କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ, ସମସ୍ୟା ଦୂର ହେବ।
କନ୍ୟା: ଧାଁ-ଦୌଡ଼ରେ ଦିନଟି କଟିବ। କ୍ୟାରିଅରକୁ ନେଇ ନୂଆ ଯୋଜନା କରିପାରନ୍ତି। ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି।
ତୁଳା: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଋଣ ସୁଝିବାର ସୁଯୋଗ ପାଇବେ। ଅଟକି ରହିଥିବା କାମ ହୋଇଯିବ।
ବିଛା: ଚାକିରିରେ ଉନ୍ନତି ଘଟିବ। ଆର୍ଥିକ ସମସ୍ୟା ଦୂର ହେବ। ଜମିଜମା ମାମଲାରେ ଲାଭ ପାଇବେ।
ଧନୁ: କ୍ୟାରିଅରରେ ଅବହେଳା କରନ୍ତୁ ନାହିଁ। ସାବଧାନତାର ସହ ଗାଡ଼ି ଚଲାନ୍ତୁ। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ।
ମକର: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ବିବାହ ଯୋଗ୍ୟ ଯୁବକଯୁବତୀ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ଧ୍ୟା ସମସ୍ୟାରେ ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ।
କୁମ୍ଭ: ଆର୍ଥିକ ସ୍ଥିତି ଦୃଢ଼ ହେବ। ପାରିବାରିକ ଜୀବନ ହସଖୁସିରେ କଟିବ। ବ୍ୟବସାୟରେ ଲାଭ ହେବ।
ମୀନ: ସନ୍ତାନ ପ୍ରାପ୍ତିର ଯୋଗ ରହିଛି। କ୍ୟାରିଅରରେ ପଦୋନ୍ନତି ଘଟିବ। ଧନପ୍ରାପ୍ତି ଯୋଗ ରହିଛି।

Related story