୨୦ ଜୁଲାଇ, ଶୁକ୍ରବାର: ରାଗିଲେ କ୍ଷତିରେ ପଡ଼ିବେ

ମେଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିଦେଶ ଗସ୍ତରେ ଯିବାକୁ ଯୋଜନା କରୁଥିଲେ ବାଟ ଫିଟି ପାରେ। ବୃଷ: ପୂର୍ବରୁ କରିଥିବା କୌଣସି ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ମିଥୁନ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଆନନ୍ଦଉଲ୍ଲାସରେ ଦିନଟି କଟିବ। ଘରକୁ ଅତିଥି ଆସିପାରନ୍ତି। ଖର୍ଚ୍ଚ ବଢ଼ିବ। କର୍କଟ: ଆଦୌ ରାଗନ୍ତୁ […]

zodaic

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 07:31 AM IST

ମେଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିଦେଶ ଗସ୍ତରେ ଯିବାକୁ ଯୋଜନା କରୁଥିଲେ ବାଟ ଫିଟି ପାରେ।

ବୃଷ: ପୂର୍ବରୁ କରିଥିବା କୌଣସି ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ।

ମିଥୁନ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଆନନ୍ଦଉଲ୍ଲାସରେ ଦିନଟି କଟିବ। ଘରକୁ ଅତିଥି ଆସିପାରନ୍ତି। ଖର୍ଚ୍ଚ ବଢ଼ିବ।

କର୍କଟ: ଆଦୌ ରାଗନ୍ତୁ ନାହିଁ, ନହେଲେ ଆପଣଙ୍କର ହିଁ କ୍ଷତି ହେବ। ବଦନାମ ହୋଇପାରନ୍ତି। କମ୍ କଥା କହିଲେ ବିବାଦରୁ ନିଜକୁ ଦୂରେଇ ରଖିପାରିବେ।

ସିଂହ: ଅସୁସ୍ଥ ଅନୁଭବ କରିପାରନ୍ତି। ନାନା କଥା ଚିନ୍ତା କରିବେ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଅଚାନକ ଅର୍ଥ ବ୍ୟୟ ହେବ। କୌଣସି ପୁରୁଣା ବନ୍ଧୁ ଘରକୁ ଆସିପାରନ୍ତି।

ତୁଳା: ଆଜି ସବୁ କାର୍ଯ୍ୟ ବିଳମ୍ବରେ ସମ୍ପନ୍ନ ହେବ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। କିଛି ଖରାପ ଖବର ମିଳିପାରେ।

ବିଛା: ଘରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ରାସ୍ତାରେ ଯା’ଆସ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଅର୍ଥ ଲାଭ ଯୋଗ ରହିଛି। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମସ୍ତଙ୍କ ସହିତ ଭଲ ସଂପର୍କ ରଖିବାକୁ ଚେଷ୍ଟା କରନ୍ତୁ।

ମକର: ବ୍ୟବସାୟରେ ଅନ୍ୟମାନଙ୍କ ହସ୍ତକ୍ଷେପ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦେଖାଯିବ। ଚିନ୍ତିତ ରହିବେ।

କୁମ୍ଭ: ନୂଆ କାର୍ଯ୍ୟ କରିବା ପାଇଁ ଦିନଟି ବହୁତ ଭଲ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦେଶରେ ରହୁଥିବା କୌଣସି ବନ୍ଧୁଙ୍କଠାରୁ ଶୁଭ ସମାଚାର ପାଇପାରନ୍ତି।

ମୀନ: ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ର କରିପାରନ୍ତି।

 

Related story