୨୦ ସେପ୍ଟେମ୍ବର, ଗୁରୁବାର: ଏହି ରାଶିର ଲୋକଙ୍କୁ ବିରୋଧୀ କ୍ଷତି ପହଞ୍ଚାଇ ପାରନ୍ତି

ମେଷ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ବାତାବରଣ ରହିବ। ବୃଷ: କୌଣସି କ୍ଷେତ୍ରରେ ଆଜି ପୁଞ୍ଜି ନିବେଶ କରିପାରିବେ। ଯଥାସମ୍ଭବ ବାହାର ଖାଦ୍ୟ ଖାଆନ୍ତୁ ନାହିଁ। କାର୍ଯ୍ୟଭାର ବଢ଼ିବ। ମିଥୁନ: କ୍ରୋଧ ଉପରେ କାବୁ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ମନକୁ ଶାନ୍ତ ରଖି ସବୁ କାମ କରନ୍ତୁ। କର୍କଟ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ନୂଆ ପୋଷାକ କିଣିବାକୁ […]

RasiFala

Jitendra Garnayak
  • Published: Thursday, 20 September 2018
  • , Updated: 20 September 2018, 03:18 AM IST

ମେଷ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସଖୁସିର ବାତାବରଣ ରହିବ।

ବୃଷ: କୌଣସି କ୍ଷେତ୍ରରେ ଆଜି ପୁଞ୍ଜି ନିବେଶ କରିପାରିବେ। ଯଥାସମ୍ଭବ ବାହାର ଖାଦ୍ୟ ଖାଆନ୍ତୁ ନାହିଁ। କାର୍ଯ୍ୟଭାର ବଢ଼ିବ।

ମିଥୁନ: କ୍ରୋଧ ଉପରେ କାବୁ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ମନକୁ ଶାନ୍ତ ରଖି ସବୁ କାମ କରନ୍ତୁ।

କର୍କଟ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ନୂଆ ପୋଷାକ କିଣିବାକୁ ଇଚ୍ଛା ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ଦିନଟି ଅନୁକୂଳ ନାହିଁ। ଦେଖିଚାହିଁ ରୁହନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚାହିଁବେ। କାର୍ଯ୍ୟକ୍ଷେତ୍ରରେ ଟିକେ ସତର୍କ ରହିଲେ ଭଲ।

କନ୍ୟା: ବ୍ୟୟ ବଢ଼ିବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ସମୟ ଭଲ ନାହିଁ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ। ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ। ଗରିବ ଲୋକଙ୍କୁ ସାହାଯ୍ୟ କରିପାରିଲେ ଭଲ।

ବିଛା: ଦିନଟି ଭଲରେ ବିତିବ। ନୂଆ କାର୍ଯ୍ୟ ଆରମ୍ଭ କରିବାରେ କିଛି ବାଧା ନାହିଁ। ମନ ପ୍ରସନ୍ନ ରହିବ।

ଧନୁ: କାହା ସଂପର୍କରେ ଭୁଲ୍ ଧାରଣା ଜାତ ହୋଇପାରେ। ତେଣୁ ସଠିକ୍ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କୌଣସି ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇପାରେ।

ମକର: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବଡ଼ମାନଙ୍କ ସେବା କରିବେ। ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ।

କୁମ୍ଭ: କାହାକୁ ମୋଟା ଅଙ୍କର ଅର୍ଥ ଦେବା ଆଗରୁ ଦୁଇ ଥର ଚିନ୍ତା କରନ୍ତୁ। ଘର କାମରେ ଅଧିକ ସମୟ ବିତିପାରେ।

ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ବ୍ୟବସାୟ ବଢ଼ାଇବା ପାଇଁ ଯୋଜନା କରିବେ। ବନ୍ଧୁମାନଙ୍କ ସହଯୋଗ ମିଳିବ।

Related story