୨୦ ସେପ୍ଟେମ୍ବର, ବୁଧବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ କଥା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ଭଲ

ମେଷ: ଦୀର୍ଘ ମିଆଦି ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ରହିଛି। ଆର୍ଥିକ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସତେଜ ଅନୁଭବ କରିବେ। ବନ୍ଧୁ ଅବା ପରିବାର ଲୋକଙ୍କଠାରୁ ଉପହାର ମିଳିପାରେ। ପ୍ରିୟଜନଙ୍କ ସହ ଆନନ୍ଦରେ ସମୟ ବିତାଇବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ବୃଷ: ଆଜି ଆପଣଙ୍କ ବାକ୍‌ଚାତୁରୀ ଆପଣଙ୍କୁ ଲାଭ ଦେବ। ନୂଆ ସଂପର୍କ ସ୍ଥାପନ ହେବ। ଶୁଭକାର୍ଯ୍ୟ କରିବା ପାଇଁ […]

zodaicsigns

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 07:18 AM IST

ମେଷ: ଦୀର୍ଘ ମିଆଦି ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ରହିଛି। ଆର୍ଥିକ ଲାଭ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସତେଜ ଅନୁଭବ କରିବେ। ବନ୍ଧୁ ଅବା ପରିବାର ଲୋକଙ୍କଠାରୁ ଉପହାର ମିଳିପାରେ। ପ୍ରିୟଜନଙ୍କ ସହ ଆନନ୍ଦରେ ସମୟ ବିତାଇବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବୃଷ: ଆଜି ଆପଣଙ୍କ ବାକ୍‌ଚାତୁରୀ ଆପଣଙ୍କୁ ଲାଭ ଦେବ। ନୂଆ ସଂପର୍କ ସ୍ଥାପନ ହେବ। ଶୁଭକାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପରିଶ୍ରମ ଓ ଆଶା ଅନୁଯାୟୀ ଫଳ ନମିଳିଲେ ବି ଆପଣ ହତୋତ୍ସାହିତ ହେବେ ନାହିଁ।

ମିଥୁନ: ଦ୍ୱନ୍ଦ୍ୱରେ ରହିବେ। ସେଥିପାଇଁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ। ମନ ଅଶାନ୍ତ ରହିବ। ପାଣି ତଥା ଅନ୍ୟ ତରଳ ପଦାର୍ଥ ପ୍ରତି ସାବଧାନ ରୁହନ୍ତୁ। ପରିବାରରେ ଜମିଜମା ସମ୍ବନ୍ଧୀୟ ଆଲୋଚନା କରନ୍ତୁ ନାହିଁ, ନହେଲେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଦିନ ସାରା ସତେଜ ଅନୁଭବ କରିବେ। ଘରେ ହସଖୁସିର ବାତାବରଣ ରହିବ। ପ୍ରିୟଜନଙ୍କ ସହ ଭେଟ ହେବ। ବନ୍ଧୁମାନଙ୍କଠାରୁ ଲାଭ ପାଇବେ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ଅଛି। କାର୍ଯ୍ୟ ସଫଳ ହେବ। ଆର୍ଥିକ ଲାଭ ମିଳିବ। ଭାଗ୍ୟରେ ଉନ୍ନତି ଘଟିବାର ସଙ୍କେତ ମିଳୁଛି।

ସିଂହ: ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ। କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଆପଣଙ୍କ ବ୍ୟକ୍ତିତ୍ୱ ଓ କଥା କହିବାର ଶୈଳୀ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସ୍ ଅବା କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ଉପହାର ମିଳିପାରେ। ସମସ୍ତଙ୍କ ସହିତ ସୌହାର୍ଦପୂର୍ଣ୍ଣ ସଂପର୍କ ବିକଶିତ କରନ୍ତୁ। ସୁସ୍ଥ ରହିବେ।

ତୁଳା: ଅନ୍ୟପ୍ରତି ଟିକେ ବି ଦୁର୍ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ। ତେଣୁ ସଂଯମ ଆଚରଣ କରନ୍ତୁ। କଥା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ଯୋଗ ରହିଛି। ତେଣୁ ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ। ବୁଲାବୁଲି ଓ ଖାଇବାପିଇବାରେ ଅଧିକ ଅର୍ଥ ଖର୍ଚ୍ଚ କରିବେ।

ବିଛା: ଚାକିରିରେ ଉନ୍ନତି ହେବ। ପଦୋନ୍ନତି ହୋଇପାରେ। ଉଚ୍ଚ ପଦାଧିକାରୀଙ୍କ କୃପା ଦୃଷ୍ଟି ପଡ଼ିବ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ଆଜି ଦିନଟି ଭଲ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବିବାହ କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କୁ ଶୁଭ ସମାଚାର ମିଳିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ଆଣି ଦେବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବ। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବାପା ଅବା ଅନ୍ୟ ଗୁରୁଜନମାନଙ୍କଠାରୁ ଲାଭ ପାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟଭାର ବଢ଼ିବ।

ମକର: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟିକ କ୍ଷେତ୍ରରେ ଆପଣ ନୂଆ ବିଚାରଧାରାରେ ପ୍ରଭାବିତ ହେବେ ଓ ସେଗୁଡ଼ିକୁ ଆପଣେଇବେ। ସୃଜନଶକ୍ତିର ପ୍ରମାଣ ଦେବେ। ଏସବୁ ସତ୍ତ୍ୱେ ମାନସିକ ସ୍ତରରେ ଅସନ୍ତୁଷ୍ଟ ରହିପାରନ୍ତି।

କୁମ୍ଭ: ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ କାହାସହିତ ମତଭେଦ ହୋଇପାରେ। ସକାରାତ୍ମକ ହେବାକୁ ପ୍ରୟାସ କରନ୍ତୁ। ଖର୍ଚ୍ଚ ଅଧିକ ହେବ।

ମୀନ: ଆଜି ବୁଲାବୁଲି କରିବା ପାଇଁ ସମୟ କାଢ଼ନ୍ତୁ। ନିଜ ପାଇଁ ସମୟ ବାହାର କରନ୍ତୁ। ପରିବାରବର୍ଗ ଓ ବନ୍ଧୁମାନଙ୍କୁ ସମୟ ଦିଅନ୍ତୁ। ଦିନସାରା ସତେଜ ରହିବେ। ମାନସମ୍ମାନ ବଢ଼ିବ।

 

Related story