ଜୁନ୍‌ ୨୧, ରବିବାର: ସୁଯୋଗ ହାତଛଡ଼ା କରିପାରନ୍ତି

ମେଷ: ବ୍ୟବସାୟରେ ଭଲ ଲାଭ ମିଳିବ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ବୃଦ୍ଧି ହେବ। ଅସୁସ୍ଥ ଅନୁଭବ କରିବେ। ବୃଷ: ସ୍ୱାସ୍ଥ୍ୟ ଠିକ୍ ରହିବ। ଆଶା କରିଥିବା କାମଟି ପୂରଣ କରିପାରିବେ। ପରିବାରରେ କଳହ ଲାଗିରହିବ। ମିଥୁନ: ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ। ସାମ୍ବାଦିକମାନେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ଲାଭ ପାଇବେ। କର୍କଟ: ଅତ୍ୟଧିକ ପରିଶ୍ରମ କରି ପ୍ରଶଂସିତ ହେବେ। ସୁଯୋଗ ହାତଛଡ଼ା କରିପାରନ୍ତି। ଗୋମାତାକୁ କିଛି ଖାଇବାକୁ […]

rashi5

Jitendra Garnayak
  • Published: Sunday, 21 June 2020
  • , Updated: 21 June 2020, 07:46 AM IST

ମେଷ: ବ୍ୟବସାୟରେ ଭଲ ଲାଭ ମିଳିବ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ବୃଦ୍ଧି ହେବ। ଅସୁସ୍ଥ ଅନୁଭବ କରିବେ।

ବୃଷ: ସ୍ୱାସ୍ଥ୍ୟ ଠିକ୍ ରହିବ। ଆଶା କରିଥିବା କାମଟି ପୂରଣ କରିପାରିବେ। ପରିବାରରେ କଳହ ଲାଗିରହିବ।

ମିଥୁନ: ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ। ସାମ୍ବାଦିକମାନେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ଲାଭ ପାଇବେ।

କର୍କଟ: ଅତ୍ୟଧିକ ପରିଶ୍ରମ କରି ପ୍ରଶଂସିତ ହେବେ। ସୁଯୋଗ ହାତଛଡ଼ା କରିପାରନ୍ତି। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ସାମାଜରେ ମାନସମ୍ମାନ ବଢ଼ିବ। ଅର୍ଥ ଲାଭ ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ। ବିରୋଧୀମାନେ କ୍ଷତି ଘଟାଇବାକୁ ପ୍ରୟାସ କରିବେ। ତେବେ ଅସଫଳ ହେବେ। ମିତ୍ରଙ୍କ ସାହାଯ୍ୟ ସହଯୋଗରେ ଆପଣ ସ୍ଥିତି ସମ୍ଭାଳି ନେବେ।

ତୁଳା: ମାନସିକ ଶାନ୍ତି ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ବିଦେଶରୁ କିଛି ଖୁସି ଖବର ପାଇପାରନ୍ତି।

ବିଛା: ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ଅଧିକ ସମୟ ବିତିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ଧନୁ: ସନ୍ତାନସନ୍ତତିଙ୍କ କଥା ମାନିବାକୁ ବାଧ୍ୟ ହେବେ। ନୂତନ ସଂପତ୍ତି କ୍ରୟ କରିବା ପାଇଁ ସୁଯୋଗ ଆସିପାରେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର: ଆଶା ପୂରଣ ହେବ। ଧନପ୍ରାପ୍ତି ଯୋଗ ରହିଛି। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ଶତ୍ରୁମାନେ ପରାଜିତ ହେବେ। ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବେ। ପନିପରିବା ଚାଷୀଙ୍କର ଭଲ ଲାଭ ହେବ।

ମୀନ: ଅନେକ ସମସ୍ୟାର ସାମାଧାନ ହୋଇଯିବ। ଦୁଶ୍ଚିନ୍ତା ଦୂର ହେବ। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବେ।

Related story