୨୨ ସେପ୍ଟେମ୍ବର, ଶୁକ୍ରବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କୁ ଯାତ୍ରା, ଚାକିରି ଓ ନିବେଶରୁ ଆଶା ମୁତାବକ ଫଳ ମିଳିବ

ମେଷ: ଉନ୍ନତିର ସୁଯୋଗ ରହିଛି। ଜମି ଓ ଘର କିଣିବା ପାଇଁ ଅନୁକୂଳ ସମୟ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। ପରିବାରରେ ହସଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀମାନେ ସକ୍ରିୟ ରହିବେ। ବୃଷ: ଯଥାସମ୍ଭବ ବୌଦ୍ଧିକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଠିକ୍ ନାହିଁ। ଚିନ୍ତିତ ରହିବେ। ପେଟ ସମ୍ବନ୍ଧୀୟ ରୋଗ ଯୋଗୁଁ ଯନ୍ତ୍ରଣା ଅନୁଭବ କରିବେ। ତେବେ ଦ୍ୱିପହର ପରେ ଟିକେ ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ସତେଜ […]

zodaicsigns

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 07:29 AM IST

ମେଷ: ଉନ୍ନତିର ସୁଯୋଗ ରହିଛି। ଜମି ଓ ଘର କିଣିବା ପାଇଁ ଅନୁକୂଳ ସମୟ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। ପରିବାରରେ ହସଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀମାନେ ସକ୍ରିୟ ରହିବେ।

ବୃଷ: ଯଥାସମ୍ଭବ ବୌଦ୍ଧିକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଠିକ୍ ନାହିଁ। ଚିନ୍ତିତ ରହିବେ। ପେଟ ସମ୍ବନ୍ଧୀୟ ରୋଗ ଯୋଗୁଁ ଯନ୍ତ୍ରଣା ଅନୁଭବ କରିବେ। ତେବେ ଦ୍ୱିପହର ପରେ ଟିକେ ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ଯୋଗ ରହିଛି।

ମିଥୁନ: ସତେଜ ଅନୁଭବ କରିବେ ନାହିଁ। ଅଳସୁଆ ଲାଗିବ। ପରିବାରର ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବ। ସ୍ଥାବର ସଂପତ୍ତିକୁ ନେଇ ବିବାଦ ଦେଖାଯାଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଶୋକ ସମ୍ବାଦ ମିଳିପାରେ। ଦାୟିତ୍ୱହୀନ ହୁଅନ୍ତୁ ନାହିଁ।

କର୍କଟ: ଭଲ ଭାବେ ବିଚାର ନକରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବେ ଓ ଆନନ୍ଦ ଅନୁଭବ କରିବେ। ଅଫିସ୍‌ ବା କର୍ମସଂସ୍ଥାନରେ ପ୍ରଶଂସିତ ହେବେ। ପରିଶ୍ରମ ସାର୍ଥକ ହେବ। ଦାମୀ ବସ୍ତୁକୁ ସାଇତି ରଖନ୍ତୁ।

ସିଂହ: ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବେ। କିନ୍ତୁ ବାଦବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ। ପୁରୁଣା ସଂପର୍କରୁ ଲାଭ ପାଇବେ। କୌଣସି କାମରେ ତରତର ହୁଅନ୍ତୁ ନାହିଁ।

କନ୍ୟା: ଆପଣଙ୍କ କହିବା ଶୈଳୀ ଆଜି ଆପଣଙ୍କୁ ଲାଭାନ୍ୱିତ କରିବ। ସମସ୍ତଙ୍କ ସହ ସଂପର୍କ ଭଲ ରହିବ। ଯାତ୍ରା, ଚାକିରି ଓ ନିବେଶରୁ ଆଶା ମୁତାବକ ଫଳ ମିଳିବ। ଉନ୍ନତି ଯୋଗ ରହିଛି। ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ।

ତୁଳା: କ୍ରୋଧ ଓ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସଂଯମ ଆଚରଣ କରନ୍ତୁ। ବୁଝିବିଚାରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ଅଯଥାରେ ଅଧିକ ଖର୍ଚ୍ଚ କରିବେ। ଅନ୍ୟମାନଙ୍କଠାରୁ କିଛି ଆଶା କରନ୍ତୁ ନାହିଁ। ପୁରୁଣା ରୋଗ ପୁଣି ଫେରି ପାରେ।

ବିଛା: ବିବାହ ସ୍ଥିର ହୋଇପାରେ। ଆୟ ଓ ବ୍ୟବସାୟ ବଢ଼ିବ। ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା ବନାଇବେ। ବକେୟା ଅର୍ଥ ଆଦାୟ କରିବାରେ ସଫଳ ହେବେ।

ଧନୁ: ନୂଆ କାର୍ଯ୍ୟ ପାଇଁ ପ୍ରସ୍ତୁତ କରୁଥିବା ଯୋଜନା ଆଜି ସଫଳତା ପୂର୍ବକ ସଂପନ୍ନ ହେବ। ବ୍ୟବସାୟରେ ସଫଳତା ମିଳିବ। ଅଫିସ୍‌ରେ ବାତାବରଣ ଭଲ ରହିବ। ପଦବୀରେ ପରିବର୍ତ୍ତନ ହୋଇପାରେ।

ମକର: ବିଦେଶ ଯାତ୍ରା କରିବା ପାଇଁ ଆଶା ରଖିଥିବା ବ୍ୟକ୍ତିମାନଙ୍କୁ ଶୁଭ ସମାଚାର ମିଳିପାରେ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। ପରିବାର ସହ ଆନନ୍ଦରେ ଦିନଟି ଅତିବାହିତ କରିବେ। ଧନପ୍ରାପ୍ତି ହେବ। କୁସଙ୍ଗରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ତେଣୁ ଖାଇବା ପିଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ମୀନ: ବ୍ୟବସାୟରୁ ଲାଭ ମିଳିବ। ଅଫିସ୍‌ କାମ ସୁରୁଖୁରୁରେ ସଂପନ୍ନ ହେବ। ବିବାହ ପ୍ରସ୍ତାବ ଆସିପାରେ।

Related story