୨୩ ନଭେମ୍ୱର, ଶୁକ୍ରବାର: ମନ ବିଚଳିତ ରହିବ

ମେଷ: ଦିନଟି ଭଲରେ କଟିବ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ। ବୃଷ: ରଚନାତ୍ମକ ଓ କଳାତ୍ମକ ଶକ୍ତି ବୃଦ୍ଧି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର ଓ ଅଳଙ୍କାର କିଣି ପାରନ୍ତି। ମିଥୁନ: ଜଗି ରଖି କାର୍ଯ୍ୟ କରନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ। କର୍କଟ: ଆୟ ବୃଦ୍ଧି ହେବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। […]

Rasi-Fala

Jyoshna Pradhan
  • Published: Friday, 23 November 2018
  • , Updated: 23 November 2018, 07:34 AM IST

ମେଷ: ଦିନଟି ଭଲରେ କଟିବ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ।

ବୃଷ: ରଚନାତ୍ମକ ଓ କଳାତ୍ମକ ଶକ୍ତି ବୃଦ୍ଧି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର ଓ ଅଳଙ୍କାର କିଣି ପାରନ୍ତି।

ମିଥୁନ: ଜଗି ରଖି କାର୍ଯ୍ୟ କରନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଆୟ ବୃଦ୍ଧି ହେବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ସିଂହ: ବ୍ୟବସାୟରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବାପାଙ୍କ ଆଶୀର୍ବାଦ ମିଳିବ।

କନ୍ୟା: ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।  ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବିଛା: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ନୂତନ ଯାନବାହନ କିଣିପାରନ୍ତି। ମାନ-ସମ୍ମାନ ମିଳିବ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। ଘରେ ସୁଖଶାନ୍ତିର ପରିବେଶ ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଳସୁଆ ଅନୁଭବ କରିବେ।

କୁମ୍ଭ: ମନ ବିଚଳିତ ରହିବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

Related story