୨୪ ଫେବ୍ରୁଆରୀ, ବୁଧବାର: ସମସ୍ତ ନିଷ୍ପତ୍ତି ସୁଫଳ ପ୍ରଦାନ କରିବ

ମେଷ: ସାମାଜିକ କାର୍ଯ୍ୟରେ ଯୋଗ ପ୍ରଶଂସା ପାଇବେ। ସରକାରୀ କାର୍ଯ୍ୟରେ ପ୍ରଶଂସା ମିଳିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଖେଳକୁଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଆୟ ବଢ଼ାଇବା ପାଇଁ ବହୁତ ପ୍ରୟାସ କରିବେ। ଅଫିସ୍‌ରେ କରିଥିବା କାମରୁ ସୁଫଳ ପାଇବେ। ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ। ଜାଗା, ଜମି ଓ ଯାନବାହନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ […]

Horoscope

Jitendra Garnayak
  • Published: Wednesday, 24 February 2021
  • , Updated: 24 February 2021, 08:07 AM IST

ମେଷ: ସାମାଜିକ କାର୍ଯ୍ୟରେ ଯୋଗ ପ୍ରଶଂସା ପାଇବେ। ସରକାରୀ କାର୍ଯ୍ୟରେ ପ୍ରଶଂସା ମିଳିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଖେଳକୁଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଆୟ ବଢ଼ାଇବା ପାଇଁ ବହୁତ ପ୍ରୟାସ କରିବେ। ଅଫିସ୍‌ରେ କରିଥିବା କାମରୁ ସୁଫଳ ପାଇବେ। ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ। ଜାଗା, ଜମି ଓ ଯାନବାହନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ନିମ୍ବ କାଠରେ ଚନ୍ଦନଘୋରି ଧାରଣ କରନ୍ତୁ।

ମିଥୁନ: ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ୱାରା ବିଚାର କଲେ ଲାଭ ମିଳିବ। କର୍ମକ୍ଷେତ୍ରରେ କ୍ଷମତା ବଳରେ ଅନେକ କାମ ହାସଲ କରିବେ। ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ।

କର୍କଟ: ଉଦାସୀନତା ଓ ନକାରାତ୍ମକ ପ୍ରବୃତ୍ତିକୁ ଛାଡ଼ିବା ପାଇଁ ପ୍ରୟାସ କରିବେ। ବ୍ୟବସାୟରେ ଅଧିକ ଲାଭ ମିଳି ନପାରେ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ: ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ବିଗିଡ଼ିଥିବା କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ଦ୍ୱାରା ସଜାଡ଼ି ପାରିବେ। ଶତ୍ରୁଙ୍କ ମୁକାବିଲା କରିବେ। ସମାଲୋଚିତ ହେଲେ ମଧ୍ୟ ଭାବମୂର୍ତ୍ତି ଅକ୍ଷୂର୍ଣ୍ଣ ରହିବ। ପ୍ରତିକାର-ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ।

କନ୍ୟା: ସମସ୍ତ ନିଷ୍ପତ୍ତି ସୁଫଳ ପ୍ରଦାନ କରିବ। ନିଜର କ୍ଷମତା ଓ ଯୋଗ୍ୟତାକୁ ଉପଯୋଗ କରିବେ। ପ୍ରିୟଜନ ମାନେ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ଆର୍ଥିକ ଉନ୍ନତି ଘଟିବ। ପ୍ରତିକାର- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ। ଚାକାରି କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ବରିଷ୍ଠ ବ୍ୟକ୍ତିଙ୍କ ପ୍ରେରଣା ଓ ଆର୍ଥିକ ସହାୟତା ଯୋଗୁ ହସଖୁସିରେ ସମୟ କଟିବ। ପ୍ରତିକାର- ମହୁ ଖାଇ ଘରୁ ବାହାରନ୍ତୁ।

ବିଛା: ସନ୍ତାନଙ୍କ ସହିତ ଜଡ଼ିତ କୌଣସି ମହତ୍ୱପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଉଚିତ୍ ଲାଭ ପାଇବେ। କୌଣସି ନୂଆ ଯୋଜନା ଆରମ୍ଭ କରିପାରିବେ। ପ୍ରତିକାର- ମା’,ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ: କୌଣସି ଆୟୋଜନ ବା ସମାରୋହରେ ଭାଗ ନେବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ମନ ଅଶାନ୍ତ ରହିବ। ପ୍ରତିକାର- ଅଶ୍ୱତ୍ଥ ବୃକ୍ଷ ମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ମକର: ସାମାଜିକ ପ୍ରତିଷ୍ଠା ବଢ଼ିବ। କର୍ମକ୍ଷେତ୍ରରେ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଆରମ୍ଭ କରିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର- ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ସରକାରୀ କାମରେ ସଫଳତା ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ଶତ୍ରୁମାନେ ଦୂରେଇ ଯିବେ। ସ୍ୱାସ୍ଥ୍ୟ ଭଲ ରହିବ। ସହଯୋଗୀଙ୍କ ପୂର୍ଣ୍ଣ ସହଯୋଗ ପାଇ କର୍ମକ୍ଷେତ୍ରରେ ସଫଳତା ପାଇବେ। ପ୍ରତିକାର- ଧଳା ବସ୍ତ୍ର ପରିଧାନ କରନ୍ତୁ।

ମୀନ: ବହୁଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ। ମିତ୍ରଙ୍କ ଦ୍ୱାରା ସହାୟତା ମିଳିବ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼ାଇବ। ବ୍ୟବସାୟରେ ଉନ୍ନତି ହେବ। ଦୂରଯାତ୍ରାରେ ସଫଳତା ପାଇବେ। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

Related story