୨୪ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଆଗକୁ ବଢ଼ିବେ

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। କୌଣସି ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ସେ ଦିଗରେ ଚେଷ୍ଟା କରିବେ। ବୃଷ: ବନ୍ଧୁଙ୍କ ସହିତ ଭେଟରୁ ଦିନଟି ଆରମ୍ଭ ହେବ। ଆଜି ଆପଣଙ୍କ ଜୀବନକୁ କୌଣସି ନୂଆ ବ୍ୟକ୍ତି ଆସିପାରନ୍ତି। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା ପ୍ରସ୍ତୁତ କରିବେ। ଦ୍ୱିପହର ପରେ ସାବଧାନତା ଅବଲମ୍ବନ କରନ୍ତୁ। ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର […]

zodiac

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 06:35 AM IST

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। କୌଣସି ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ସେ ଦିଗରେ ଚେଷ୍ଟା କରିବେ।

ବୃଷ: ବନ୍ଧୁଙ୍କ ସହିତ ଭେଟରୁ ଦିନଟି ଆରମ୍ଭ ହେବ। ଆଜି ଆପଣଙ୍କ ଜୀବନକୁ କୌଣସି ନୂଆ ବ୍ୟକ୍ତି ଆସିପାରନ୍ତି। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା ପ୍ରସ୍ତୁତ କରିବେ। ଦ୍ୱିପହର ପରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ବି ଯୋଗ ରହିଛି। ପାଣି ପ୍ରତି ସତର୍କ ରୁହନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

କର୍କଟ: ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଆପଣ କଠିନ ପରିଶ୍ରମ କରି ଆଗକୁ ବଢ଼ିବେ। ପେଟ ଜନିତ ରୋଗରେ ପଡ଼ିପାରନ୍ତି। ବିରୋଧୀ ପ୍ରତିବନ୍ଧକ ସାଜି ପାରନ୍ତି।

ସିଂହ: ସାବଧାନତାର ସହିତ ଦିନଟି କାଟନ୍ତୁ। ମାନସିକ ଚାପରେ ରହିବେ। ଅସୁସ୍ଥ ଅନୁଭବ କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ।

କନ୍ୟା: ଭାଗ୍ୟବୃଦ୍ଧିର ଯୋଗ ରହିଛି। ବିଭିନ୍ନ କାର୍ଯ୍ୟ ସଫଳତାର ସହ ଶେଷ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

ତୁଳା: ସ୍ୱାସ୍ଥ୍ୟ ଖରାପ ରହିବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଶକ୍ତି ଆପଣଙ୍କୁ କବଳିତ କରି ରଖିବେ।

ବିଛା: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆୟ ଓ ବ୍ୟୟ ସମାନ ରହିବ। ସ୍ୱାଦିଷ୍ଟ ଭୋଜନ ଖାଇବେ।

ଧନୁ: ଦୁର୍ଘଟଣା ଯୋଗ ରହିଛି। ତେଣୁ ରାସ୍ତାରେ ଯିବାଆସିବା ବେଳେ ସାବଧାନ ରୁହନ୍ତୁ। ଆନନ୍ଦ-ପ୍ରମୋଦରେ ଅଧିକ ବ୍ୟୟ କରିବେ।

ମକର: ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଭଲ ଅଛି। ଭଲ ଲାଭ ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଆୟର ନୂଆ ମାଧ୍ୟମ ଖୋଜିବେ।

କୁମ୍ଭ: ଦିନଟି ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରିବେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ଆପଣଙ୍କ ସାଧ୍ୟ ମତେ ସାହାଯ୍ୟ କରନ୍ତୁ।

ମୀନ: ବୌଦ୍ଧିକ କାର୍ଯ୍ୟରେ ସକ୍ରିୟ ରହିବେ। ଲେଖାଲେଖି ପ୍ରତି ରୁଚି ବଢ଼ିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଧାର୍ମିକ ଯାତ୍ରାରେ ଯିବା ପାଇଁ ମନ ବଳାଇବେ।

Related story