୨୪ ସେପ୍ଟେମ୍ବର, ରବିବାର: ଜାଣନ୍ତୁ ଆଜି କେଉଁ ରାଶି ଲୋକଙ୍କ ପାଇଁ ଦିନଟି ଶୁଭ ଫଳ ପ୍ରଦାନ କରିବ

ମେଷ: ଆଜି ଆପଣ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଅନ୍ୟମାନେ ସହଯୋଗ କରିବାକୁ ଆଗେଇ ଆସିବେ। ବୃଷ: ବହୁ ଦିନ ପରେ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା କରିବେ। କିଛି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ଧନଲାଭ ହୋଇପାରେ। ମିଥୁନ: ମନୋରଞ୍ଜନରେ ଦିନଟି ବିତିବ। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। […]

zodaicsigns

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 07:33 AM IST

ମେଷ: ଆଜି ଆପଣ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଅନ୍ୟମାନେ ସହଯୋଗ କରିବାକୁ ଆଗେଇ ଆସିବେ।

ବୃଷ: ବହୁ ଦିନ ପରେ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା କରିବେ। କିଛି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ଧନଲାଭ ହୋଇପାରେ।

ମିଥୁନ: ମନୋରଞ୍ଜନରେ ଦିନଟି ବିତିବ। ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଧନପ୍ରାପ୍ତି ଯୋଗ ରହିଛି।

କର୍କଟ: କାର୍ଯ୍ୟବ୍ୟସ୍ତ ରହିବେ। ଅଧିକ ପରିଶ୍ରମ ପଡ଼ିପାରେ। ପେଟରେ ସମସ୍ୟା ଦେଖାଯାଇପାରେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ସିଂହ: ସତର୍କତାର ସହ ଦିନଟି ଅତିବାହିତ କରନ୍ତୁ। ଚିନ୍ତାଗ୍ରସ୍ତ ରହିପାରନ୍ତି। ଅସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ।

କନ୍ୟା: ବିଭିନ୍ନ ଦିଗରୁ ଲାଭ ମିଳିବ। ଭାଗ୍ୟବୃଦ୍ଧି ସଙ୍କେତ ରହିଛି। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ମଧ୍ୟାହ୍ନ ପରେ ଟିକେ ଚିନ୍ତିତ ରହିପାରନ୍ତି।

ତୁଳା: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ।

ବିଛା: ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ସୁଖ ଓ ସନ୍ତୋଷ ଅନୁଭବ କରିବେ। ପରିବାର ଲୋକଙ୍କ ସହ ଦିନଟି ବିତାଇବେ। କାହାଠାରୁ କରଜ କରିବାକୁ ପଡ଼ିପାରେ।

ଧନୁ: ବୁଡ଼ି ଯାଇଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଯୋଜନା କରିବେ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ। ବୁଲାବୁଲି ଓ ଖାଇବାପିଇବାରେ ଅଧିକ ଖର୍ଚ୍ଚ କରିପାରନ୍ତି।

ମକର: ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ପୁତ୍ର ଓ ପତ୍ନୀଙ୍କଠାରୁ ଲାଭବାନ ହେବେ। ସାଂସାରିକ ଜୀବନ ସୁଖମୟ ହେବ।

କୁମ୍ଭ: ଦିନଟି ଶୁଭ ଫଳ ପ୍ରଦାନ କରିବା ସମ୍ମାନପ୍ରାପ୍ତି ଯୋଗ ରହିଛି। ଦାମୀ ବସ୍ତୁ ଯତ୍ନର ସହ ରଖନ୍ତୁ।

ମୀନ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସବୁ କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ। ଅନ୍ୟମାନଙ୍କ ସହ ଆଲୋଚନା କଲା ବେଳେ ସଂଯମ ଆଚରଣ କରନ୍ତୁ।

Related story