୨୪ ସେପ୍ଟେମ୍ବର, ସୋମବାର: ଏହି ରାଶିର ଲୋକେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ

ମେଷ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। କାହା ସହିତ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବ୍ୟବସାୟରେ ଭଲ ଲାଭ ମିଳିବ। ବାପାମା’ଙ୍କୁ ବାଧିଲା ଭଳି କଥା କୁହନ୍ତୁ ନାହିଁ। ବୃଷ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ଥିଲେ, ଆଜି ସେଥିରୁ ମୁକ୍ତି ମିଳିବ। ପେଟରେ ସମସ୍ୟା ଦେଖାଯାଇପାରେ। ଘରକୁ ଅତିଥି ଆସିପାରନ୍ତି। ମିଥୁନ: ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କାର୍ଯ୍ୟ ସଂପନ୍ନ ହେବାରେ […]

RasiFala

Jitendra Garnayak
  • Published: Monday, 24 September 2018
  • , Updated: 24 September 2018, 02:05 AM IST

ମେଷ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। କାହା ସହିତ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବ୍ୟବସାୟରେ ଭଲ ଲାଭ ମିଳିବ। ବାପାମା’ଙ୍କୁ ବାଧିଲା ଭଳି କଥା କୁହନ୍ତୁ ନାହିଁ।

ବୃଷ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ଥିଲେ, ଆଜି ସେଥିରୁ ମୁକ୍ତି ମିଳିବ। ପେଟରେ ସମସ୍ୟା ଦେଖାଯାଇପାରେ। ଘରକୁ ଅତିଥି ଆସିପାରନ୍ତି।

ମିଥୁନ: ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କାର୍ଯ୍ୟ ସଂପନ୍ନ ହେବାରେ ବିଳମ୍ବ ହୋଇପାରେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କୁ ଅବା ସହକର୍ମୀଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ।

କର୍କଟ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥାରେ କୌଣସି କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ସିଂହ: କାର୍ଯ୍ୟଭାର ବଢ଼ିବ। ତେଣୁ ଆଜି କ୍ଳାନ୍ତ ଅନୁଭବ କରିବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଘରକୁ ଅତିଥି ଆସିପାରନ୍ତି।

କନ୍ୟା: ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ। ବିରୋଧୀ ପାଖ ମାଡ଼ିବେନି। ସ୍ୱାସ୍ଥ୍ୟ ଭଲ ରହିବ। କାହାକୁ ଅର୍ଥ କରଜ ଆକାରରେ ଦେଇଥିଲେ, ଫେରି ପାଇବାରେ ସମସ୍ୟା ହେବ।

ତୁଳା: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ।

ବିଛା: ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଯଥା ସମ୍ଭବ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ପରିବାର ଲୋକଙ୍କ ସହିତ ଦିନଟି ଅତିବାହିତ କରିବାକୁ ପ୍ରୟାସ କରନ୍ତୁ।

ଧନୁ: କୌଣସି ପ୍ରସଙ୍ଗରେ ଚିନ୍ତିତ ରହିପାରନ୍ତି। ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆତ୍ମବିଶ୍ୱାସ ବଢ଼ିବ। ବିରୋଧୀଙ୍କ ଷଡ଼ଯନ୍ତ୍ର କାମ କରିବନି। କୋର୍ଟରେ କୌଣସି ମାମଲା ଥିଲେ, ଆଜି ତା’ର ଫଇସଲା ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରିବାରେ ବନ୍ଧୁମାନଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ପ୍ରତିଷ୍ଠିତ ଲୋକ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। ଦାମ୍ପତ୍ୟ ଜୀବନ ଭଲ ରହିବ।

ମୀନ: ମନକୁ ଶାନ୍ତ ରଖି ସବୁ କାର୍ଯ୍ୟ କରନ୍ତୁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେଲା ବେଳେ ଆଦୌ ତରବର ହୁଅନ୍ତୁ ନାହିଁ କି ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ଭାଗ୍ୟବୃଦ୍ଧିର ଯୋଗ ରହିଛି।

Related story