୨୫ ଜୁଲାଇ, ବୁଧବାର: ଆଜି ଏହି ରାଶିର ଲୋକେ ଗଜାନନଙ୍କ ପୂଜା କରି ଘରୁ ବାହାରନ୍ତୁ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଅଯଥାରେ ଅର୍ଥ ଖର୍ଚ୍ଚ ହୋଇପାରେ। କାହା ଉପରେ ରାଗନ୍ତୁ ନାହିଁ। ଜିରା ଖାଇ ଘରୁ ବାହାରନ୍ତୁ। ମିଥୁନ: କ୍ୟାରିୟରରେ ସଫଳତା ପାଇବେ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ବନ୍ଧୁମାନଙ୍କ ସହିତ ସଂପର୍କ ସୁଧାରିବାକୁ ଚେଷ୍ଟା କରନ୍ତୁ। କର୍କଟ: ବନ୍ଧୁଙ୍କ ସହ ଭେଟ ହୋଇପାରେ। ଚାକିରି ପରିବର୍ତ୍ତନ କରିପାରନ୍ତି। ଆଜିର ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ସିଂହ: ପିଲାମାନଙ୍କର […]

zodaic

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 07:44 AM IST

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଅଯଥାରେ ଅର୍ଥ ଖର୍ଚ୍ଚ ହୋଇପାରେ। କାହା ଉପରେ ରାଗନ୍ତୁ ନାହିଁ। ଜିରା ଖାଇ ଘରୁ ବାହାରନ୍ତୁ।

ମିଥୁନ: କ୍ୟାରିୟରରେ ସଫଳତା ପାଇବେ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ବନ୍ଧୁମାନଙ୍କ ସହିତ ସଂପର୍କ ସୁଧାରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ବନ୍ଧୁଙ୍କ ସହ ଭେଟ ହୋଇପାରେ। ଚାକିରି ପରିବର୍ତ୍ତନ କରିପାରନ୍ତି। ଆଜିର ଦିନଟି ବ୍ୟସ୍ତତା ମଧ୍ୟରେ କଟିବ।

ସିଂହ: ପିଲାମାନଙ୍କର ଉନ୍ନତି ଘଟିବ। ମାନସିକ ଅଶାନ୍ତି କମିବ। ଆର୍ଥିକ ସମସ୍ୟା ଦୂର ହେବ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଜାନନଙ୍କ ପୂଜା କରି ଘରୁ ବାହାରକୁ ଯାଆନ୍ତୁ।

ତୁଳା: ପିଲାମାନଙ୍କୁ ନେଇ ଚିନ୍ତିତ ରହିବେ। ଧନପ୍ରାପ୍ତି ଯୋଗ ରହିଛି। କୌଣସି ସ୍ଥାନକୁ ହଠାତ୍‌ ଯାଇପାରନ୍ତି।

ବିଚ୍ଛା: କ୍ୟାରିୟରକୁ ନେଇ ସମସ୍ୟା ଦେଖା ଦେଇପାରେ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ମହିଳାଙ୍କ ସହଯୋଗ ମିଳିବ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। କ୍ୟାରିୟରରେ ସଫଳତା ପାଇବେ।  ମାନ-ସମ୍ମାନ ବୃଦ୍ଧି ପାଇବ।

ମକର: ଚିନ୍ତା ବଢ଼ିପାରେ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସୁସ୍ୱାଦୁ ଖାଦ୍ୟ ଖାଇବେ। ସବୁଜ ରଙ୍ଗର ଫଳ ଦାନ କରନ୍ତୁ।

କୁମ୍ଭ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଘରେ କୌଣସି ଶୁଭ କାମ ଅନୁଷ୍ଠିତ ହୋଇପାରେ।

ମୀନ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଯାନବାହନ କିଣି ପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

Related story