୨୬ ମାର୍ଚ୍ଚ, ଶୁକ୍ରବାର: ଦୂର ସମ୍ପର୍କୀୟଙ୍କୁ ବିଶ୍ୱାସ କରନ୍ତୁ ନାହିଁ

ମେଷ: ପୁରାତନ ରୋଗର ଉପଶମ ହେବ। ସାମାଜିକ ସ୍ତରରେ ଖ୍ୟାତି ମିଳିବ। ଦୃଢ ଆତ୍ମବିଶ୍ୱାସ ଦ୍ୱାରା ନୂତନ ପନ୍ଥା ଅନୁସରଣ କରିପାରନ୍ତି। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।  ପ୍ରତିକାର- ମହୁ ଟିକେ ଖାଇ ଘରୁ ବାହାରନ୍ତୁ। ବୃଷ: ବନ୍ଧୁମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା […]

RASI

Niharika Rout
  • Published: Friday, 26 March 2021
  • , Updated: 26 March 2021, 08:51 AM IST

ମେଷ: ପୁରାତନ ରୋଗର ଉପଶମ ହେବ। ସାମାଜିକ ସ୍ତରରେ ଖ୍ୟାତି ମିଳିବ। ଦୃଢ ଆତ୍ମବିଶ୍ୱାସ ଦ୍ୱାରା ନୂତନ ପନ୍ଥା ଅନୁସରଣ କରିପାରନ୍ତି। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।  ପ୍ରତିକାର- ମହୁ ଟିକେ ଖାଇ ଘରୁ ବାହାରନ୍ତୁ।

ବୃଷ: ବନ୍ଧୁମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ବିଧେୟ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ । ନୂଆ ଯୋଜନା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରି ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: କର୍ମକ୍ଷେତ୍ର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ । ଆଧ୍ୟାତ୍ମିକ ଭାବଧାରାରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ପରିବାରଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ । ପ୍ରତିକାର: ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଅନେକ ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାଯର୍ୟରେ ଲାଭ ପାଇବେ । ପ୍ରତିକାର- ଅଷ୍ଟଗନ୍ଧର ଚନ୍ଦନ ମସ୍ତକରେ ଲଗାନ୍ତୁ।

କନ୍ୟା: ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ୱାରା କରିପାରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପରିସ୍ଥିତିକୁ ଆଖିଆଗରେ ରଖି କାମ କଲେ ଭଲହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ତୁଳା: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖା ଦେବ । ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କରିପାରନ୍ତି । ନୂତନ କାର୍ଯ୍ୟାରମ୍ଭ କଲେ ସୁରୁଖୁରୁରେ କାର୍ଯ୍ୟ ପୂରଣ କରିପାରିବେ ।  ପ୍ରତିକାର- ମା’ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହୋଇ ଆଶାଜନକ ଲାଭ ପ୍ରାପ୍ତି ହେବ । ଅଧ୍ୟୟନରେ ଅଧିକ ପରିଶ୍ରମ କରି ମନ ଭଲ ରହିବ । ପାରିବାରିକ ସମସ୍ୟାଗୁଡ଼ିକୁ ସୁଧାରି ନେବା ଉଚିତ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:ପାରିବାରିକ ମାମଲା ବହୁତ ଶାନ୍ତିପୂର୍ଣ୍ଣ ରହିବ। କ୍ରୀଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଆଗ୍ରହ ବଢିବ । ଦୂର ସମ୍ପର୍କୀୟଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମକର: ବ୍ୟବସାୟରେ କେତେକ କ୍ଷେତ୍ରରେ ଉନ୍ନତି ହେବ। ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ । ଦୂରଯାତ୍ରା କଷ୍ଟକର ହେବ ଓ ପ୍ରେମ ସମ୍ବନ୍ଧରେ ସାବଧାନ ରହିବା ଉଚିତ୍ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ: ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:ଶତ୍ରୁମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ। ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକି ଟଙ୍କା ମିଳିବ। ବାଦବିବାଦରୁ ଦୂରେଇ ରୁହନ୍ତୁ । ନଚେତ ମାଲିମୋକଦ୍ଦମାର ଭୟ ରହିବ। ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

Related story