୨୭ ଡିସେମ୍ବର, ଗୁରୁବାର: ଦୁର୍ଘଟଣା ଯୋଗ ରହିଛି

ମେଷ: ଧନପ୍ରାପ୍ତି ଯୋଗ ରହିଛି। ସନ୍ତାନକୁ ନେଇ ଚିନ୍ତିତ ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ବୃଷ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କୌଣସି କଥାକୁ ନେଇ ପରିବାରର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଉପହାର ମିଳିବ। କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-6

Tapaswini Nayak
  • Published: Thursday, 27 December 2018
  • , Updated: 27 December 2018, 07:46 AM IST

ମେଷ: ଧନପ୍ରାପ୍ତି ଯୋଗ ରହିଛି। ସନ୍ତାନକୁ ନେଇ ଚିନ୍ତିତ ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବୃଷ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କୌଣସି କଥାକୁ ନେଇ ପରିବାରର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଉପହାର ମିଳିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଆତ୍ମବିଶ୍ୱାସ ଦୃଢ଼ ହେବ। କୌଣସି କାର୍ଯ୍ୟ ଆଜି ଆରମ୍ଭ କରିବାକୁ ଚାହୁଁଥିଲେ ଦେଖିଚାହିଁ କରନ୍ତୁ। ମାତାପିତାଙ୍କ ସହଯୋଗ ମିଳିବ।

କନ୍ୟା: ବନ୍ଧୁଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ତୁଳା: ଦିନଟି ଭଲରେ କଟିବ। ମାନ-ସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଚ୍ଛା: ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭସମାଚାର ମିଳିପାରେ।

ଧନୁ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। କୌଣସି କଥାକୁ ଚିନ୍ତାରେ ରହିବେ। ହନୁମାନ ମନ୍ଦିରରେ ଦୀପ ଦାନ କରନ୍ତୁ।

ମକର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ଯୋଗ ରହିଛି, ତେଣୁ ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ।

କୁମ୍ଭ: ଦିନଟି ଭଲରେ କଟିବ। ଉତ୍ତମ ଭୋଜନ କରିବେ। ନୂଆ ପୋଷାକ କିଣିପାରନ୍ତି।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କଳା ଓ ସାହିତ୍ୟକ୍ଷେତ୍ରରେ ରୁଚି ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ।

Related story